ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ CTO, CTGST ପାରାଦୀପ, ପ୍ରକାଶ ଚନ୍ଦ୍ର ସାହୁ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ CTO, CTGST ପାରାଦୀପ, ପ୍ରକାଶ ଚନ୍ଦ୍ର ସାହୁ । ଜଣେ ଡିଲରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ପ୍ରଶାନ୍ତଙ୍କ ଘର କେନ୍ଦ୍ରାପଡ଼ାର ଓଳାଭର ବାସଭବନରେ ରେଡ୍‌ ଚାଲିଥିବା ଜଣାପଡିଛି ।

ଅନ୍ୟପଟେ ଆଜି ପଞ୍ଚାୟତିରାଜ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ହୋଇଛି । ଚୌଦ୍ୱାର, ତ୍ରିଶୂଳିଆ, ଡମପଡ଼ା ଓ କେନ୍ଦ୍ରାପଡ଼ାରେ ଚଢ଼ାଉ ହୋଇଛି । ୩ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

nis-ad
Leave A Reply

Your email address will not be published.