ନବୀନଙ୍କ ବିଦେଶ ଗସ୍ତକୁ ନେଇ ଭାଜପାର ସମାଲୋଚନା

ଭୁବନେଶ୍ୱର:ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ଭାଜପା ସମାଲୋଚନା କରିଛି। କେଉଁ ପଇସାରେ ସେ ବିଦେଶ ଗସ୍ତ କରଛନ୍ତି ? ଯଦି ସରକାରୀ ପଇସାରେ ଯାଇଛନ୍ତି, ତେବେ କଣ ଉପଲବ୍ଧି କଲେ ବୋଲି ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ନବୀନ କାହିଁକି ପୋପ୍‌ଙ୍କୁ ଭେଟିଲେ?

ଏହାର କ’ଣ ଆବଶ୍ୟକତା ଥିଲା? ସେ ତ କୌଣସି ନେସନାଲ ଲିଡର ନୁହନ୍ତି ? ଏମିତିକି ଓଡ଼ିଶାରେ କେବେ ଶଙ୍କରାଚାର୍ଯ୍ୟଙ୍କୁ ବି ଭେଟିନାହାନ୍ତି ବୋଲି ବିଧାୟକ ମିଶ୍ର କହିଛନ୍ତିି।
ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାକୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବି ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ ବିରୋଧ କରିବା ସହ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ ବୋଲି ଜୟନାରାୟଣ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ କାହିଁକି ଧାଡ଼ିରେ ଠିଆ ହୋଇ ପୋପ୍‌ଙ୍କୁ ଭେଟିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । କୌଣସି ପ୍ରକାରେ ଆମ ସଂସ୍କୃତି ଆମ ଧର୍ମରେ ବ୍ୟାହତ କରିବାକୁ ଚେଷ୍ଟା କଲେ ଏହାର ବିରୋଧ କରାଯିବ ବୋଲି ବିଧାୟକ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ରାଷ୍ଟ୍ରମୁଖ୍ୟ ଅପେକ୍ଷା ପୋପ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ପୋପ୍‌ଙ୍କୁ ଭେଟିବା ଦ୍ୱାରା ଓଡିଶା ପ୍ରତି ସକରାତ୍ମକ ଭାବନା ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.