ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର: ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଉପରେ ଉଠିପାରିନାହିଁ ପରଦା । ଦୁଇ ଦିନ ବିତିଗଲା ହେଲେ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଂଚି ପାରିନାହିଁ କମିଶନରେଟ ପୋଲିସ । ଚାଲିଛି ତଦନ୍ତ । ରାଇମୋହନଙ୍କ ମୃତ୍ୟୁକୁ ନେଇ ଆଉ ଏକ ନୂଆ ଫର୍ଦ୍ଦ ଆରମ୍ଭ ହୋଇଛି । ଆତ୍ମହତ୍ୟା ନାଁ ହତ୍ୟା ଅସ୍ପଷ୍ଟ ରହିଥିବାବେଳେ ପୋଷ୍ଟମାର୍ଟମ ଓ ସିଡିଆର ରିପୋର୍ଟକୁ ଆପେକ୍ଷା କରିଛି ପୋଲିସ । ପୋଲିସ ହତ୍ୟା ଦିଗକୁ ନେଇ ତଦନ୍ତ କରୁଥିବା ନେଇ ଜୋନ ଏସିପି ସୂଚନା ଦେଇଛନ୍ତି ।

କାହିଁକି ଆତ୍ମହତ୍ୟା କଲେ । ଯଦି ଆତ୍ମହତ୍ୟା କରିଛନ୍ତି ତେବେ କାହା ପାଇଁ, ଯଦି ଏହା ହତ୍ୟା ତେବେ କିଏ କରିଛି । ଏ ସବୁର ରହସ୍ୟ ଫିଟାଇବାକୁ ଜୋରଦାର ଚାଲିଛି ତନାଘନା । ପୋଲିସ ପାଇଁ ଏବେ ବଡ଼ ସୁରାକ୍ ରହିଛି ପୋଷ୍ଟମର୍ଟମ ରିପୋର୍ଟ ଓ ଫୋନ ସିଡିଆର ରିପୋର୍ଟ । ଏହାର ଆଧାରରେ ମୃତ୍ୟୁର କାରଣ ପାଖରେ ପହଂଚିବାକୁ ପୋଲିସ ଚେଷ୍ଟା ଚଳାଇଛି । ସେହିପରି ଶନିବାର ଅଢେଇ ଘଣ୍ଟା ଧରି ମହିଳା ପୋଲିସର ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ଅଭିନେତା ରାଇମୋହନଙ୍କ ଦୁଇ ଝିଅ, ପତ୍ନୀ, ପୁତୁରା ଓ ଜ୍ୱାଇଁ । ଆତ୍ମହତ୍ୟା ଘଟଣାରେ ସସସ୍ପେନ ଉପରୁ ପରଦା ହଟାଇବାକୁ ଚାଲିଛି ପୋଲିସର ପ୍ରୟାସ । ପ୍ରାଚୀ ବିହାର ସ୍ଥିତ ରାଇମୋହନ ପରିଡା ବାସଭବନରେ କମିଶନରେଟ ପୋଲିସର ଏକ ଚାରିଜଣିଆ ମହିଳା ପୋଲିସ ଟିମ୍ ପହଂଚି ପଚରାଉଚରା କରିଛନ୍ତି। ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟା ପଛରେ କାରଣ କ’ଣ ସେ ସବୁ ଦିଗକୁ ନେଇ ଖୋଜୁଛି ପୋଲିସ।

ରାଇମୋହନଙ୍କ ଦୁଇ ଝିଅଙ୍କ ଫୋନ କଲ ରେକର୍ଡ ଓ ତାଙ୍କ ପତ୍ନୀ, ଜ୍ୱାଇଁ, ପୁତୁରାଙ୍କ ସହ ଶେଷ ରାତିରେ କ’ଣ କଥା ହୋଇଥିଲେ ସମସ୍ତ ଦିଗକୁ ନେଇ ପଚରାଉଚରା କରିଛି ପୋଲିସ ।

nis-ad
Leave A Reply

Your email address will not be published.