ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା: କୁସୁମ ଟେଟେ

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ସେ କହିଛନ୍ତି, ଆମ ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ଗୃହରେ ଅନୁପସ୍ଥିତ ରହୁଛନ୍ତି । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ କାରଣରୁ ଦଳକୁ ବିଧାନସଭାରେ ସଠିକ୍ ଗୁରୁତ୍ୱ ମିଳୁନାହିଁ ।

ତେଣୁ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି ବିଜେପି ବିଧାୟକଗଣ । ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିବା କହିଛନ୍ତି କୁସୁମ ଟେଟେ ।

nis-ad
Leave A Reply

Your email address will not be published.