ମୋଦିଙ୍କ ମନ୍ କି ବାତ୍‌ରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍‌ରେ ଆଜି ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା। ମୋଦି କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ। ସାରା ବିଶ୍ୱର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିବାକୁ ପ୍ରୟାସ କରିଥାନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିଥିବା ସେ କହିଛନ୍ତି । ମୋଦି ତାଙ୍କ ମନ୍ ବି ବାତ୍‌ରେ ଅଲିମ୍ପିଆନ ନିରଜ ଚୋପ୍ରା ଓ ମହିଳା କ୍ରିକେଟର ମିତାଲି ରାଜଙ୍କ ଅବସର କଥା ବି କହିଥିଲେ।
ଏହି ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପାଟଦେଇ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ ଶୁଣିଥିଲେ। ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ସେହିପରି ଭୁବନେଶ୍ୱର ମଞ୍ଚେଶ୍ୱର ବନବାସୀ ଆଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ବାର୍ତ୍ତା ଶୁଣିଛନ୍ତି । ସେହିପରି ଭୁବନେଶ୍ୱର ୨୯ ନମ୍ବର ୱାର୍ଡ଼ ନିକୋ ପାର୍କ ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ମନ୍ କି ବାତକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବିଜେପି ନେତା ଶୁଣିଥିଲେ ।

nis-ad
Leave A Reply

Your email address will not be published.