ଖୋର୍ଦ୍ଧାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା ବିଭାଗ ରିପୋର୍ଟକୁ ଆଧାର କରି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟ୍ରାକିଂ ଫୋର୍ସ(ଏସ୍‌ଟିଏଫ୍‌) ଶନିବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ସହ ଏଥିରେ ସଂପୃକ୍ତି ନେଇ ୪ଜଣ ବେପାରୀଙ୍କୁ ଗିରଫ କରିଛି।

ସେମାନେ ହେଲେ ଖୋର୍ଦ୍ଧା ଥାନା କୋଚିଳାବନ ସାହିର ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ସାମନ୍ତରାପୁର ସପ୍ନେଶ୍ବର ସାହିର ଜଗବନ୍ଧୁ ବିଶ୍ବାଳ ଏବଂ ଶାଗୁଆନ ବଗିଚାର ସନ୍ତୋଷ ରାଉତରାୟ। ଏସ୍‌ଟିଏଫ୍‌ ସେମାନଙ୍କ ଠାରୁ ୧୦୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ। ଏସ୍‌ଟିଏଫ୍‌ ଖୋର୍ଦ୍ଧାର କେଉଁଠାରୁ ଧରିଛି ସ୍ପଷ୍ଟ କରି ନାହିଁ। ଏନେଇ ୧୬/୨୨ରେ ଏକ ମାମଲା ରୁଜୁ ହୋଇଛି।
ନିଶା କାରବାର ରୋକିବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ୨୦୨୦ରୁ ରାଜ୍ୟରେ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବର୍ତ୍ତମାନ ସୁଦ୍ଧା ୫୫କେଜି ବ୍ରାଉନସୁଗାର ଓ ହୋରୋଇନ, ୨୦୨ ଗ୍ରାମ କୋକିନ,୧୧୧କୁଇଣ୍ଟାଲ ଗଞ୍ଜେଇ,ଭାଙ୍ଗ ଏବଂ ୭୫୦ଗ୍ରାମ ଅଫିମ ଜବତ କରାଯାଇ ୧୫୦ ଜଣଙ୍କୁ ଗିରଫ କରିଥିବା ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି।

nis-ad
Leave A Reply

Your email address will not be published.