ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ

ରାଇରଙ୍ଗପୁର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁ ପାଖ ଡୁଙ୍ଗୁରିସାହିରେ ନଥିଲା ବିଜୁଳି । ବର୍ଷ ବର୍ଷ ଧରି ଅନ୍ଧାରରେ ଜୀବନ କାଟୁଥିଲ ଲୋକେ । ହେଲେ ମୁର୍ମୁ ଏବେ ଏନଡିଏ ପ୍ରାର୍ଥୀ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସେହି ସାହିରେ ବିଜୁଳି ସଂଯୋଗ ଚାଲିଛି । ଡୁଙ୍ଗୁରୀସାହି ବସ୍ତିରେ ଟ୍ରାନ୍ସଫର୍ମର ଓ ଇଲେକ୍ଟ୍ରିକ ପୋଲ୍ ପହଞ୍ଚି ଥିବାବେଳେ ଯଥାଶୀଘ୍ର ବିଜୁଳି ସଂଯୋଗ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି ।

ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ଘର । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଛି ଡୁଙ୍ଗୁରିସାହି । ଏଠାରେ ୧୦ରୁ ୧୨ ପରିବାର ବସବାସ କରନ୍ତି । ମୁର୍ମୁଙ୍କ ଉପରବେଡା ଗାଁରେ ଥିବା ତାଙ୍କ ସାହି ତଥା ଅନ୍ୟାନ୍ୟ ସାହିରେ ବିଜୁଳି ସଂଯୋଗ ପୂର୍ବରୁ ଅଛି । କିନ୍ତୁ ନିକଟ ଡୁଙ୍ଗୁରିସାହିରେ ବସବାସ କରୁଥିବା ଏହି କେତୋଟି ପରିବାର ଅନ୍ଧାରରେ ରହୁଥିଲେ । ଏବେ ସେହି ସାହିକୁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ କରାଯାଉଛି ।

nis-ad
Leave A Reply

Your email address will not be published.