ଚୋରୀ କାରବାକୁ ଯାଇ ଚୋର ପାଇଲା ପ୍ରଜାକୋଟ ରେ ଦଣ୍ଡ ପୁଣି ଆଇନ ର ଦଣ୍ଡ..!

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ

ବ୍ରହ୍ମପୁର :- ଗତ ସମବାର ଟାଟାବେଞ୍ଜ ଛକ ରେ ଥିବା ଖାଣ୍ଟି ଓଡ଼ିଆ ହୋଟେଲ ରେ ହେଇଥିବା ଚୋରି ଘଟଣା କୁ ନେଇ ବୈଦ୍ୟନାଥପୁର ଥାନା ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଇତନ୍ୟପୋଡ଼ା ଗ୍ରାମ ର କେ. ସାଗର ରେଡ୍ଡୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୂଚନା ଥାଉକି ଗତ ୨0 ତାରିଖ ରେ ସାଗର ବେଟେରୀ ଚୋରି କରିବା ପାଇଁ ହୋଟେଲ ଖାଣ୍ଟି ଓଡ଼ିଆ କୁ ଯାଇଥିବା ବେଳେ ହୋଟେଲ ର ମାଲିକ ଦେଖିଦେଇଥିଲେ l ଏହାକୁ ନେଇ ସେ ସ୍ଥାନୀୟ ପୋଲିସ କୁ ଖବର ନ ଦେଇ ମାଲିକ ଙ୍କ ସମେତ ଦଶ ପନ୍ଦର ଜଣ ମିଶି ଅତି ନିର୍ମମ ଭାବରେ ଚୋରି ଅଭିଯୋଗ ରେ ସାଗର କୁ ବେଲ୍ଟ, ଇଟା ଏବଂ ବାଡ଼ି ରେ ମାଡ଼ ମାରିଥିଲେ, ଯାହାଫଳରେ ସାଗର ର ମୁଣ୍ଡ ରେ ପ୍ରଚଣ୍ଡ ଆଘାତ ଲାଗିଥିବା ବେଳେ ଦେହ ସାରା ମାଡ଼ରେ ରକ୍ତାତ ହେଇଯାଇଥିଲା l କୌଣସି କ୍ରମେ

ବୈଦ୍ୟନାଥପୁର ଥାନା ଖବର ପାଇ ଘଟଣା ସ୍ଥାନ କୁ ଯାଇ ସେଠାରୁ ସାଗର କୁ ଉଦ୍ଧାର କରି ଥାନା କୁ ଆଣିଥିଲେ l ପରେ ବୈଦ୍ୟନାଥପୁର ଥାନା ଅଧିକାରୀ ବ୍ରହ୍ମପୁର ଏସପି ସର୍ବଣ ବିବେକ ଙ୍କୁ ଏହି ଘଟଣା ସମ୍ପର୍କ ରେ ଜଣାଇଥିଲେ l ଏସପି ଘଟଣା ର ସଠିକ ତଦନ୍ତ କରିବା ସହ ସାଗର କୁ ମେଡିକାଲ ରେ ତୁରନ୍ତ ଭର୍ତ୍ତି କରିବା ନେଇ ପରାମର୍ଶ ଦେଇଥିଲେ l ତିନି ଦିନ ଚିକିତ୍ସା ପରେ ମେଡିକାଲ ରୁ ଆସି ସାଗର 20 ତାରିଖ ରେ ଯାହା ଘଟିଥିଲା ତାହା ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲା ଯାହାକୁ ନେଇ ଥାନାରେ 213 / 22 ରେ ଏକ ମାମଲା ରୁଜୁ କରାଯାଇଛି l 23 ତାରିଖ ରେ ସାଗର କୁ ଚୋରି କରୁଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଥିବା ଥାନ ସୂତ୍ରରୁ ଜଣାପଡିଛି l କିନ୍ତୁ ବିଚାର ସାଗର ଚୋରୀ କରିବାକୁ ଯାଇ ଚୋରୀ କରିବା ପୂର୍ବରୁ ଧରାପଡ଼ି ପ୍ରବଳ ଦଣ୍ଡ ପାଇଁ ଚିକିତ୍ସା ହୋଇ ମେଡିକାଲ ରୁ ଫେରିବା ପରେ ପୁଣି ଜେଲ କୁ ଯାଇ ଦଣ୍ଡ ଭୋଗୁଛି ଯାହାକି ଏହା ଏକ ବିଡମ୍ବନା କହିଲେ ଚଳେ, କାରଣ ସାଗର କୁ ଅତିନିର୍ମମ ଭାବରେ ମାଡ଼ ମାରିବା ଅଧିକାର ଦେଲା କିଏ..? ଏହି ପରି ମାଡ଼ ମାରି ଆଇନ କୁ ହାତକୁ ନେବା କଣ ଅପରାଧ ନୁହେଁ..? ଏହି ପରିପେକ୍ଷି ରେ ପୋଲିସ ପ୍ରଶାସନ ର ଭୂମିକା କଣ ରହିଲା..? ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି ପୋଲିସ ମାର ତ ମାର ଭଣ୍ଡାରୀ କୁ ମାର ନୀତି ଆପଣାଇ ଥିବା ଦେଖିବାକୁ ମିଳିଛି l ବିଚାର ସାଗର ଚୋରୀ କରିବାକୁ ଯିବା ସେ ନିଜେ ପୋଲିସ ଆଗରେ ସ୍ମିକାର କରିଛି ଓ ଧରା ପଡିବା ପରେ ତାକୁ ଅତି ନିର୍ମମ ଭାବରେ ଅମାନୁଶିକ ଭାବରେ ମାରି ଥିବା ବ୍ୟକ୍ତି ବିଶେଷଙ୍କ ନାମରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି କିନ୍ତୁ ପୋଲିସ ସେମାନଙ୍କ ବିରୋଧ ରେ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ନା କରିବ ତାହା ଦେଖିବାକୁ ବାକି ରହିଲା l ଯଦି ଏହି କ୍ଷେତ୍ରରେ ପୋଲିସ ଚୁପ ରହିବ ତେବେ ଲୋକେ ଆଇନ କୁ ହାତକୁ ନେବାକୁ ପଛଘୁଞ୍ଚା ଦେବେ କାହିଁକି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି

nis-ad
Leave A Reply

Your email address will not be published.