ବାଇକକୁ ଧକ୍କା ଦେଲା ସ୍କରପିଓ ଦୁଇମାସ ପରେ ଅଭିଯୋଗ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତା୦୨/୦୮/୨୪ ରିଖ ଦିନ ଗୋଟିଏ ସ୍କାରପିଓ ବାଇକକୁ ଧକ୍କା ଦେଇଥିଲା | ଦୁଇ ମାସ ପରେ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି | ଏମ ଡି ନଜିର ୫୮ ବର୍ଷ ଯାହାଙ୍କ ଗାଡ଼ି ନମ୍ବର ଓଡ଼ି ୧୪ ଏବି ୩୩୨୧ ରେ ନିଜ ଘର ଇନ୍ଦରପୁର ଥାନା ରାଏବଗା ତାଙ୍କ ସାଙ୍ଗଙ୍କ ସହିତ ବୀରମିତ୍ରପୁର କିଛି କାମରୁ ଯାଉଥିବା ବେଳେ ସକାଳ ପ୍ରାୟ ୫ ଘଟିକା ସମୟରେ ସେସ୍କୋଲାନି ନିକଟ ରାସ୍ତା ଉପରେ ଗୋଟିଏ ସ୍କାରପିଓ ଯାହାର ନମ୍ବର ଓଡି ୧୪ ଏସ ୨୦୨୮ ଦୃତ ଗତିରେ ଆସି ବାଇକ କୁ ପଛ ପଟୁ ଧକ୍କା ଦେଇଥିଲା ଯାହା ଫଳରେ ବାଇକ ର ପଛେ ବସିଥିବା ଏମ ଡି ନଜିର ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହେଇଥିଲା |

ସ୍ଥାନୀୟ ଲୋକଙ୍କ ସହଯୋଗରେ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନା କୁ ଉତ୍ତମ ଚିକିତ୍ସା ପାଇଁ ପଠାଇଥିଲେ | ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଭଲ ବ୍ୟବସ୍ଥା ନ ରହିଥିବାରୁ ଘୋରାଇ ହସ୍ପିଟାଲ ଜୟ ପ୍ରକାଶକୁ ସ୍ଥନ୍ତରିତ କରାଯାଇଥିଲା | ଏମ ଡି ନଜିରଙ୍କ ଡାହାଣ ହାତ ସଂପୂର୍ଣ୍ଣ ଭାଙ୍ଗି ଥିବାରୁ ଅଧିକ ଗୁରୁତର ହୋଇଥିବା ବେଳେ ଜୟ ପ୍ରକାଶକୁ ହସ୍ପିଟାଲରେ ୧୭ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ଆଜି ବୀରମିତ୍ରପୁର ଥାନା ରେ ଦୁଇ ମାସ ପରେ ଅଭିଯୋଗ କରିଛନ୍ତି |

nis-ad
Leave A Reply

Your email address will not be published.