ଭିଜିଲାନ୍ସ ରେଡ୍‌ ବେଳେ ଫୁଟିଲା ଗୁଳି , ଆଇଏଏସ ଅଫିସର ପୁଅଙ୍କ ମୃତ୍ୟୁ

ଚଣ୍ଡିଗଡ଼: ଜଣେ ଆଇଏଏସ ଅଫିସରଙ୍କ ପୁଅଙ୍କ ଗୁଳି ମାଡ଼ରେ ମୃତ୍ୟୁ ଘଟିଛି। ପଞ୍ଜାବର ଚଣ୍ଡିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ସଞ୍ଜୟ ପୋପଲି ନାମକ ଜଣେ ଆଇଏଏସ ଅଫିସରଙ୍କ ପୁଅ କାର୍ତ୍ତିକ ପୋପଲିଙ୍କ ମୃତ୍ୟୃ ଘଟିଥିବା ପୁଲିସ କହିଛି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ପରିବାର ଭିଜିଲାନ୍ସ ରାଡ଼ାରରେ ଥିଲେ । ଆଗରୁ କାର୍ତ୍ତିକଙ୍କ ବାପା ସଞ୍ଜୟଙ୍କୁ ଭିଜିଲାନ୍ସ ଗରଫ କରିଛି। ତେବେ ଭିଜିଲାନ୍ସ ଅଧିକାରୀମାନେ ଛାନଭିନ୍‌ ପାଇଁ ଯାଇଥିବା ବେଳେ ଆଇଏଏସ ଅଧିକାରୀ ସଞ୍ଜୟଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାକୁ ନେଇ ଭିଜିଲାନ୍ସ ଓ ସଞ୍ଜୟଙ୍କ ପରିବାର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। କାର୍ତ୍ତିକଙ୍କ ମୃତ୍ୟୁକୁ ଭିଜିଲାନ୍ସ ଆତ୍ମହତ୍ୟା କହିଥିବା ବେଳେ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।
ପୁଲିସ କହିଛି ଯେ, କାର୍ତ୍ତିକ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ନିଜେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ଯାଞ୍ଚ ପାଇଁ ସଞ୍ଜୟଙ୍କ ଘରକୁ ଆସିଥିଲେ। ଏହି ସମୟରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା। ୨୭ ବର୍ଷୀୟ କାର୍ତ୍ତିକଙ୍କ ନାମରେ ମଧ୍ୟ ଦୁର୍ନୀତି ଅଭିଯୋଗ ରହିଛି। ତେବେ କାର୍ତ୍ତିକଙ୍କୁ ଭିଜିଲାନ୍ସ ଟିମ୍‌ ହତ୍ୟା କରିଥିବା ସଞ୍ଜୟଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ, ଭଗବତ ମାନ୍‌ ଆମ ପୁଅକୁ ମାରି ଦେଇଛନ୍ତି। ଭିଜିଲାନ୍ସ ଟିମ୍ ପହଞ୍ଚି ଆମ ପୁଅକୁ ମର୍ଡ଼ର କରିଛି। ଏହି ଘଟଣାରେ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ଶୋକ ପ୍ରକାଶ କରିଛନ୍ତି । ଏଥିସହ ଏହି ଘଟଣା ପାଇଁ ସେ ଆପ୍‌ ସରକାରକୁ ଦାୟୀ କରିଛନ୍ତି । ସୂଚନା ଅନୁଯାୟୀ ଏକ ଟେଣ୍ଡର କ୍ଲିଅରାନ୍ସ ପାଇଁ ଆଇଏଏସ ଅଫିସର ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ପଞ୍ଜାବର ସ୍ୱରେଜ୍‌ ପାଇପଲାଇନ୍‌ ପାଇଁ ସଞ୍ଜୟ ମୋଟା ଅଙ୍କର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.