ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮) ନିଜ ଘରେ ଶୋଇଥିବା ବେଳେ ରାସୋଳ ପଞ୍ଚାୟତର ପ୍ରହ୍ଲାଦ ଦେହୁରୀ ତାକୁ ଟାଙ୍ଗିଆରେ ହାଣିଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଚଇତାର ମୃତ୍ୟୁ ହୋଇଥିଲା।

ଆଜି ସକାଳେ ଖବର ପାଇ ଦୈତାରୀ ଥାନା ପଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ରକ୍ତାକ୍ତ ମୃତଦେହ ଉଦ୍ଧାର କରିବା ସହ ଏହାର ଶବବ୍ୟବଚ୍ଛେଦ ଲାଗି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଏଣେ ପୁଲିସ ଅଭିଯୁକ୍ତ ପ୍ରହ୍ଲାଦ ଦେହୁରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତେବେ ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ଅଭିଯୁକ୍ତ ପ୍ରହ୍ଲାଦ ଚଇତା ତନ୍ତୀକୁ ହତ୍ୟା କରିଛି ସେନେଇ ପୁଲିସର ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.