ମଦ ଦୋକାନ ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଇଲା ।

ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଣ୍ଟାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛ । ତଦନ୍ତ ପରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ସେ ନେି ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.