କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ।

ସେପଟେ ଏହି ଘଟଣାରେ ଥାନା ଅଧିକାରୀଙ୍କ ବହିଷ୍କାର ଦାବିରେ କିଶୋରନଗର ଥାନାରେ ବିଖୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଲୋକେ, କଂଗ୍ରେସ ସହ ବିଭିନ୍ନ ସଂଗଠନ ପକ୍ଷରୁ ଥାନା ଘେରାଉ କରାଯାଇଛି ।

ଜମି ବିବାଦକୁ ନେଇ ଥାନକୁ ଆସିଥିଲେ ଗୁଣନିଧି । ଗତ ସପ୍ତାହରୁ ଏନେଇ ସେ ଥାନାରେ ଏତଲା ଦେଇଥିଲେ ବି ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତେଣୁ ସେ ଗତକାଲି ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ନହତ୍ୟା ଉଦ୍ୟମ କରିଥିଲେ । ଶରୀର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ଡାକ୍ତରଖାନାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

nis-ad
Leave A Reply

Your email address will not be published.