ଫୁଲବାଣୀ : ଧର୍ମକୁ ଆଖିଠାର ନୀତିରେ “ମନରେଗା କାର୍ଯ୍ୟ “,ଶ୍ରମିକ ବଦଳରେ ମେସିନ୍ କରୁଛି କାମ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ମନରେଗାରେ ଦୁର୍ନୀତି । ଖବର ପ୍ରକାଶ ପରେ ମଧ୍ୟ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିଘା ନାହିଁ । ମନରେଗା ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ଖନନ କାର୍ଯ୍ୟ ଚାଲିଛି । ହେଲେ ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ କାମ କରୁଛି ଜେସିବି ମେସିନ୍ । ସେପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଉକ୍ତ ସ୍ଥାନରେ ସୂଚନା ଫଳକ ଲାଗିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ସୂଚନା ଫଳକ ଲାଗିନଥିବା ବେଳେ ଆଉ କିଛି ସ୍ଥାନରେ ସୂଚନା ଫଳକ ଲାଗିଛି ସତ କିନ୍ତୁ ସେଥିରେ ସୂଚନା ନଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ । ସୂଚନା ପ୍ରକାରେ ବାଲିଗୁଡ଼ା ବ୍ଳକର ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ପ୍ରତି ପଞ୍ଚାୟତରେ ହିତାଧିକାରୀଙ୍କ ନାମରେ ପୋଖରୀ ଖନନ କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲା କିନ୍ତୁ କାର୍ଯ୍ୟାଦେଶ ନାମକୁ ମାତ୍ର । ହିତାଧିକାରୀଙ୍କ ବଦଳରେ ଏଠାରେ କାମ କରୁଛନ୍ତି ଠିକାଦାର ତାହା ପୁଣି ଜେସିବି ମେସିନ ଦ୍ବାରା । ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଣିଙ୍କୁ ପଚାରିବାରୁ କୌଣଶି ସନ୍ତୋଷଜନକ ଉତ୍ତର ନଦେଇ ଓଲଟି ଘଟଣାକୁ ଯେନତେନ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ।ଠିକାଦାର ଓ ବିଭାଗୀୟ ଅଧିକାରିଣୀଙ୍କ ମଧୁ ଚନ୍ଦ୍ରିକାରେ କାମ ନପାଇ ଶ୍ରମିକ ହତାଶ । ଗୋଟିଏ ପରିବାରର ଜଣେ ହିତାଧିକାରୀଙ୍କ ନାମ ରହିବା କଥା କିନ୍ତୁ ଗୋଟିଏ ପରିବାରର ଦୁଇ ତିନି ଜଣ ସଦସ୍ୟଙ୍କ ନାମ କିଭଳି ରହୁଛି ଏବଂ କାମ ନହୋଇ ସେମାନଙ୍କ ଆକାଉଣ୍ଟ୍ କୁ କିଭଳି ଟଙ୍କା ଯାଉଛି ଏହାର ତଦନ୍ତ ଦାବି କରୁଛନ୍ତି ଅଞ୍ଚଳବାସୀ । ଏଥିରୁ ସ୍ପଷ୍ଟ ଅନୁମେୟ ଜଳବିଭାଜିକା ଅଧିକାରୀ ଓ ଠିକାଦାର ମିଳିମିଶି ସରକାରୀ ଅର୍ଥ ଚଳୁ କରିବାକୁ ଯୋରଦାର୍ ଉଦ୍ୟମ ଚଳାଇଛନ୍ତି ।ଏଣୁ ତୁରନ୍ତ ଏଭଳି ଲୋକଙ୍କ କାର୍ଯ୍ୟାଦେଶ ନାକଚ କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ।

nis-ad
Leave A Reply

Your email address will not be published.