ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା

ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ସଭାପତି ଜେ.ପି ନଡ୍ଡା କଥା ହୋଇଛନ୍ତି। ବିଜେଡିର ୨ ମନ୍ତ୍ରୀ ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନା ଥାଉକି, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି ।

କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ସହଯୋଗ ରହିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ସେଥିପାଇଁ ଗତକାଲି ତାଙ୍କ ତରଫରୁ ଦୁଇ ପ୍ରସ୍ତାବକ ଉପସ୍ଥିତ ରହିବେ ।

nis-ad
Leave A Reply

Your email address will not be published.