ଫୁଲବାଣୀ ବିଧାୟକଙ୍କ ବାଲନ୍ଦାପଡା – ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ଆଲୋଚନା

ଫୁଲବାଣୀ (୨୩/୬) : କନ୍ଧମାଳ -ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି l ଏଥିରେ ଫିରିଙ୍ଗିଆ ବି ଡିଓ ରଶ୍ମି ରଞ୍ଜନ ମହନ୍ତ ସମ୍ପୂର୍ଣ ସହଯୋଗ କରୁଛନ୍ତି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଂଚାୟତର କେନ୍ଦୁପଡା ଠାରୁ ବୋୖଦ୍ଧ ଜିଲାର ନାରାୟଣ ପାଟଣା ଯାଏ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି। ବିଧାୟକ କହଁର ଓ ବି ଡିଓ ମହନ୍ତ, ଓ ଯନ୍ତ୍ରୀ ପ୍ରମୁଖ ରାସ୍ତା ବୁଲି ଦେଖିବା ସହ କାମ ଆରମ୍ଭ ନେଇ ଆଲୋଚନା କରିଥିଲେ l କଣ୍ଟାମଳ ବିଧାୟକ ମହୀଧର ରଣା ମଧ୍ୟ ଏହି ରାସ୍ତା ପାଇଁ ସମ୍ମତି ପ୍ରଦାନ କରିବା ସହ ଅର୍ଥ ଯୋଗାଇଦେବା ଲାଗି କହିଛନ୍ତି l ବାଲନ୍ଦାପଡା ଠାରୁ କେନ୍ଦୁଗଡା ଯାଏ ବହୁବର୍ଷ ତଳେ ୨୦୦୭/୦୮ ବର୍ଷରେ ରାସ୍ତା ନିର୍ମାଣ ହୋଇଥିଲା l ହେଲେ ଏହାପରଠୁ ରାସ୍ତା ନିର୍ମାଣ ହୋଇନଥିଲା l ଏହି ରାସ୍ତା ପାଇଁ ଆଗରୁ ଲୋକେ ଦାବୀ କରି ଆସୁଥିଲେ l ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ବାଟ ଫିଟିବ l ଫଳରେ ଅଞ୍ଚଳବାସୀ ବିଧାୟକ କହଁର ଓ ବି ଡିଓ ମହନ୍ତ ଙ୍କୁ ସାଧୁବାଦ ଜଣାଇବା ସହ ରାସ୍ତା କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ଦାବୀ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ନାରାୟଣ ପ୍ରସାଦ ସରପଞ୍ଚ ତାରାକାନ୍ତି ମାଝି, କୋଇର ମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ, ବାଲନ୍ଦାପଡା ପୂର୍ବତନ ସରପଞ୍ଚ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.