ଦୁଇ ମାଲିକଙ୍କ ଭିତରେ ଟଣା ଓଟରା, ଥାନାରେ ଅଟକ ରହିଲା ଗାଈ

ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଈର ପ୍ରକୃତ ମାଲିକ କିଏ ତାହା ଜଣାପଡିନଥିବା ବେଳେ, ଉପାୟ ଶୂନ୍ୟ ହୋଇ ପୁଲିସ ଥାନାରେ ଗାଈକୁ ଅଟକ ରଖିଛି।

nis-ad
Leave A Reply

Your email address will not be published.