ଓଡିଶାକୁ ଭଲ ପାଇବାର ସର୍ବଶ୍ରେଷ୍ଠ ଉଦାହରଣ: ସମୀର ମହାନ୍ତି

ଭୁବନେଶ୍ୱର : ଦ୍ରୈାପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ପ୍ରେସମିଟରେ ପ୍ରତିକ୍ରିୟା ଜଣାଇଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମୋଦୀ ସରକାର ଓଡିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡିଛନ୍ତି । ଏବେ ଦ୍ରୈାପଦୀ ମୁର୍ମୁ ଙ୍କୁ ପ୍ରାର୍ଥୀ କରି ଭଲପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ।

ମୋଦୀଙ୍କ ୮ ବର୍ଷର ଶାସନରେ ଓଡିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି । ପ୍ରଥମ ପାଳିରେ ଜଣେ ସାଂସଦ ଥାଇ ଓଡିଶାରୁ ୨ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏବେ ଓଡିଶାରୁ ୩ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିବା କହିଛନ୍ତି ସମୀର ମହାନ୍ତି । ଦ୍ରୈାପଦୀ ମୁର୍ମୁ ଙ୍କୁ ରାଜ୍ୟପାଳ କରାଯାଇଥିଲା । ଏବେ ବିଶ୍ୱଭୂଷଣ ରାଜ୍ୟପାଳ ଅଛନ୍ତି । ଅଖ୍ୟାତ ପଲ୍ଲୀ ରୁ ପ୍ରତିଭାଙ୍କୁ ଖୋଜି ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।
ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଦ୍ରୈାପଦୀ ମୁର୍ମୁଙ୍କ ନାଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସାଧାରଣ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି । ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଓଡିଶା ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ସେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ବା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ ।

nis-ad
Leave A Reply

Your email address will not be published.