ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ

ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି ଜଣେ ଓଡିଆ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି NDA । ଆଉ ଗତକାଲି (ମଙ୍ଗଳାବର) ଏହି ଖବର ପ୍ରକାଶ ପାଇବା ପରେ ଟ୍ବିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଜ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି । ଏଥିସହ ସେ ଟ୍ୱିଟ କରିଛନ୍ତି, ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ଟୁଇଟ୍ ପରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । କାରଣ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ, ଯାହାର ସଙ୍କେତ ନବୀନଙ୍କ ଏହି ଟ୍ବିଟରୁ ମିଳୁଛି । ତେଣୁ ରାଷ୍ଟ୍ରପତି ନିର୍ବାଚନ ପୂର୍ବୁର ଶ୍ରୀମତି ମୁର୍ମୁଙ୍କ ପାଇଁ ବିଜେଡି ସମର୍ଥନ ଥିବା ଏଥିରୁ ସ୍ପଷ୍ଟ ହୋଇସାରିଛି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣିତରେ ବିଜେଡିର ପ୍ରମୁଖ ରହିଛି । ଏହି କାରଣରୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ସହ ଆଲୋଚନା କରିଥିଲେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.