କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ଥାନା ଭିତରେ ଧସେଇ ପଶିଲେ

ମାଲକାନଗିରି : ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ହାତରେ ମାରଣାସ୍ତ୍ର ଧରି ଥାନା ପରିସରକୁ ଧଶେଇ ପଶିବା ସହ ସେଠାରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପରିସରରେ । ଆନ୍ଦୋଳନକାରୀ ମାନେ ଥାନା ପରିସରରେ ଥିବା ଗାଡ଼ିଗୁଡିକୁ ଭଙ୍ଗାରୁଜା କରିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । କଂଗ୍ରେସ କର୍ମୀ ମାନେ ବିରୋଧ ପ୍ରଦର୍ଶନ ବେଳେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଏପରିକି ସେଠାରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଛି ଏଠାରେ ଉଲ୍ଲେଖଯୋଗ୍ୟ , ଗତ କିଛି ଦିନ ତଳେ ଗଞ୍ଜେଇ ବେପାରକୁ ନେଇ ପୋଲିସ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି କଲୋନୀ- ୧୩ ରେ ପଶି ଗ୍ରାମର ମହିଳାଙ୍କୁ ମାରପିଟ୍ କରିଥିବାରୁ ଆଜି ପୋଲିସ ଜୁଲୁମ୍ ର ପ୍ରତିବାଦ ଏବଂ ଏସଡ଼ିପିଓଙ୍କୁ ବଦଳି ଦାବି ନେଇ ପ୍ରାୟ ୧୮ଟି ପଂଚାୟତ ର ଲୋକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମୁଖରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ସଭା ସରିବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ଶତାଧିକ ପୁରୁଷ ଓ ମହିଳା ଉତେଜିତ ହୋଇ ନିକଟରେ ଥାନା ପରିସରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ କିଛି ସମୟ ପାଇଁ ଥାନାକୁ ନିଜ ନିୟନ୍ତ୍ରଣ କୁ ନେଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ଚିତ୍ରକୋଣ୍ଡାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଏହା ବାବଦରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.