ଘରକୁ ଘର ବୁଲି କରୋନା ରୋଗୀଙ୍କୁ ଚିହ୍ନଟ କରାଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପର ମୁହାଁ ହୋଇଛି ସଂକ୍ରମଣ । ରାଜ୍ୟରେ ଏବେ ୫୦ ମୁହାଁ ଦୈନିକ ସଂକ୍ରମଣ । ତେବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ ।

ଟିକା ସର୍ଭେଲାନ୍ସକୁ ଜୋରଦାର କରାଯାଉଛି । କାଲିଠାରୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ ହେବ । ଘରକୁ ଘର ବୁଲି କରୋନା ଆକ୍ରାନ୍ତଙ୍କୁ ରୋଗୀ ଚିହ୍ନଟ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେହିପରି ଚିହ୍ନଟ ହୋଇଥିବା ରୋଗୀଙ୍‌କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ମେଡିକାଲ କଲେଜକୁ କୁହାଯିବ । ତେବେ ରାଜ୍ୟରେ ସଂକ୍ରମଣ ଧିରେ ଧୀରେ ବଢୁଛି ଏବଂ ଏହା ଏବେ ଆଲାର୍ମିଂ ସ୍ଥିତି ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

nis-ad
Leave A Reply

Your email address will not be published.