ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ

ଦାରିଙ୍ଗବାଡ଼ି,(୨୦/୬) : ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃରେ ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ କାରଣରୁ ବାଇବଲ ସ୍ନାତକ ପାଷ୍ଟର ତାଲିମ ଦୂରଶିକ୍ଷା ମାଧ୍ୟମରେ ବ୍ଳକ ଏକଶହ ପାଷ୍ଟର ନାମ ଲେଖାଇ ଅନଲାଇନରେ ସ୍ନାତକ ବାଇବଲ ଶିକ୍ଷା ଦୁଇବର୍ଷ ଧରି ଶିକ୍ଷା ଗ୍ରହଣ କରି ପରୀକ୍ଷା ଲେଖି ଉତ୍ତୀର୍ଣ୍ଣ ହୋଇଥିଲେ । ଉକ୍ତ ୧୦୦ ଜଣଙ୍କୁ ସ୍ନାତକ ବାଇବଲ ପାଷ୍ଟର ତାଲିମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପ୍ରମାଣ ପତ୍ର ପ୍ରଦାନ ସମ୍ବିଳନୀ ଆୟୋଜନ କରାଯାଇଥିଲା ।ଏଥିରେ ଅତିଥି ଭାବେ କନ୍ଧମାଳ ବାଟିଷ୍ଟ ସମ୍ବିଳନୀ ନିର୍ଦ୍ଦେଶକ , ଓଏମଏଫଟି ନିର୍ଦ୍ଦେଶକ, ଓଡ଼ିଶା ବାଇବଲ ଟ୍ରେନିଂ ନିର୍ଦ୍ଦେଶକ ଅବସଲମ କରାଡ଼ ଓ ବକ୍ତା ଭାବେ କେରଳ ରାଜ୍ୟ ବାଇବଲ ତାଲିମ ନିର୍ଦ୍ଦେଶକ ସୁବିଷ ଜନସନ ଯୋଗଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପାଷ୍ଟର ଆସୋସିଏସନ ସଭାପତି ସୁନିଲ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲା ବେଳେ କୋଷାଧ୍ୟକ୍ଷ ମାନକ୍ୱାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.