କୃତ୍ରିମ ଜଙ୍ଗଲ ପାଇଁ ନିଜର ୨୦ଏକରରୁ ଉର୍ଦ୍ଧ୍ବ ଜମି ଦାନ କଲେ ଦେବାନନ୍ଦ

ମାଲକାନଗିରି : ଆଜିର ସ୍ୱାର୍ଥପର ସମାଜରେ ମାତ୍ର କେଇହାତ ଜାଗା ପାଇଁ ଭାଇ ଭାଇ ହେଉ କି ସାହି ପଡ଼ିଶା ଭିତରେ ହଣା କଟା ହେଉ ଥିବା ନଜିର ରହିଛି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଜଂଗଲ ଜମି ପଟ୍ଟା ପାଇଁ ହଜାର ହଜାର ଏକର ଜମି ସରକାରଙ୍କ ଠାରୁ ବନବାସୀ ବା ଆଦିବାସୀଙ୍କୁ ଜଂଗଲ ଜମି ପଟ୍ଟା ଭାବେ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏକ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ପୁରୁଣା ନିଲିଗୁଡା ଗାଁ ମୁଖିଆ ବା(ପେଦା) ଦିନକୁ ଦିନ ଧ୍ବଂସ ପାଇଯାଉଥିବା ଜଙ୍ଗଲ ଓ ଲୁପ୍ତ ହେଇଯାଉଥିବା ପଶୁ ପକ୍ଷୀଙ୍କ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ l ସେ ଜଣେ ଆଦିବାସୀ ସମ୍ପ୍ରଦାୟ ଏବଂ ପ୍ରକୃତି ପ୍ରେମୀ ହୋଇଥିବାରୁ ସବୁବେଳେ ତାଙ୍କର ଜଙ୍ଗଲ ପ୍ରତି ମମତା ରହିଥିଲା l ବନବିଭାଗ ତରଫରୁ ନବୀକରଣ ନିମନ୍ତେ ପ୍ରାୟ ୪୦ ହେକ୍ଟର ଜାଗା ଦରକାର ପଡୁଥିବା ବେଳେ କିଛି ହେକ୍ଟର ଜାଗା ନିଅଣ୍ଟ ପଡୁଥିଲା ଏ ବାବଦରେ ବନରକ୍ଷୀ ଗ୍ରାମରେ ଏକ ସଭାର ଆୟୋଜନକରି ନୂତନ ଜଙ୍ଗଲ ବାବଦରେ ମତ ଲୋଡିଥିଲେ l ଏହି ଖବର ଶୁଣିବା ପରେ ନିଜେ ଦେବାନନ୍ଦ ବନ ବିଭାଗକୁ ନିଜସ୍ୱ ଦଖଲରେ ଥିବା ୨୦ଏକରରୁ ଅଧିକା ଜାଗା ବନବିଭାଗକୁ ବୃକ୍ଷ ରୋପଣ କରିବା ପାଇଁ ସ୍ୱଇଛାରେ ଦାନ କରିଥିଲେ l ଏହା ଶୁଣିବା ପରେ ଗ୍ରାମବାସୀ ଏବଂ ବନକର୍ମୀ ତାଙ୍କୁ ଧନ୍ୟବାଦ ଦେଇଥିଲେ l ବର୍ତ୍ତମାନ ଏହି ଜାଗାରେ ଅଁଳା,ଚାକୁଣ୍ଡା, ବାହାଡ଼ା,ଅର୍ଜୁନ, ସୀମାରୁଆ,କୁସୁମ ଭଳି ବୃକ୍ଷ ରୋପଣ ହେବା ସହ ଆଗାମୀ ଦିନରେ କୃତ୍ରିମ ଜଂଗଲ ସୃଷ୍ଟି କରାଯିବ । ବନବିଭାଗ ପକ୍ଷରୁ ପ୍ରତି ବର୍ଷ ଇକୋ କ୍ଲବ ଓ ପ୍ରକୃତିମିତ୍ର ଭାବେ କିଛି ଶିକ୍ଷକ, ସମାଜ ସେବୀଙ୍କୁ ପୁରସ୍କାର କରୁଥିବା ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ଭଳି ଲୋକଙ୍କୁ ବନ ବିଭାଗ,ଜିଲ୍ଳା ପ୍ରଶାସନ କିମ୍ବା ସରକାରୀ ସ୍ଥରରେ କିମ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଗଲେ ଆଗାମି ଦିନରେ ଏହା ବନବାସୀ ଓ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣା ଯୋଗାଇବ l

nis-ad
Leave A Reply

Your email address will not be published.