ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ହାଇସ୍କୁଲ ଖେଳ ପଡିଆ ଖଜୁରୀପଡା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଖଜୁରୀପଡା ଥାନା ଅଧିକାରୀ ଗେଲି କୁମାରୀ ସାହୁ ଯୋଗଇ ଥିବା ବେଳେ ସନମାନିତ ଅତିଥି ଭାବରେ ବିଡ଼ିଓ ଖଜୁରୀପଡା ର ବୀରେନ୍ଦ୍ର କହ୍ନର, ସରପଞ୍ଚ ଖଜୁରୀପଡା ର ମନ ରଂଜନି ଯାନୀ, ପ୍ରଧାନ ଶିକ୍ଷକ ଖଜୁରୀପଡା ଶିବରାଣୀ ମଲ୍ଲିକ, ସନ୍ଧ୍ୟା ରାଣୀ ନାୟକ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଆକ୍ସନ ଏଡ଼, ଶାନ୍ତିଲତା ପ୍ରଧାନ ସୁପର ଭାଇଜର ଆସିଡିଏସ ଖଜୁରୀପଡା, ରେଡ଼ିଓ ମୁସ୍କାନ ଫୁଲବାଣୀର ମୁଖ୍ୟ କୁମାରୀ ମୁସ୍କାନ, ରମେଶ ଚନ୍ଦ୍ର କଂହର, ଯୋଗ ଶିକ୍ଷକ ରଙ୍କ ନିଧି ବେହେରା, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଖଜୁରୀପଡା ହାଇସ୍କୁଲର ଛାତ୍ର ଛାତ୍ରୀ ଏବଂ ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟ କ୍ରମରେ ସାମିଲ ହୋଇ ଥିଲେ । ଏହି ଦିବସରେ ଯୋଗ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୟୀ ପ୍ରତିଯୋଗୀ ମାନଂକୁ ଟ୍ରଫି ସହ ପ୍ରମାଣପତ୍ର ଦେଇ ମୁଖ୍ୟ ଅତିଥି ଙ୍କଦ୍ଵାରା ପୁରସ୍କୁତ କରାଯାଇଥିଲା । ମୁଖ୍ୟ ଅତିଥି ଅନୁ ଥିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ । ଯୋଗ କାର୍ଯ୍ୟକୁ ଯୋଗ ଗୁରୁ ଭାବରେ ରଙ୍କନିଧି ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ଓ ଯୁବ ଭାଇଓ ଭଉଣୀ ମାନଙ୍କୁ ଯୋଗ ତାଲିମ ପ୍ରଦାନ କରିଥିଲେ। ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସ୍ୱେଚ୍ଛା ସେବୀ ଚନ୍ଦ୍ର ମଣି ଦେହୁରୀ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛା ସେବୀ ରୀତିମା ବାଘ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।

nis-ad
Leave A Reply

Your email address will not be published.