ପୋଷ୍ଟାଲ ସ୍କିମ୍‌ରେ ବିନିଯୋଗ କରିବାକୁ କହି ଠକିନେଲେ ୧୧ ଲକ୍ଷ, ଜଣେ ଗିରଫ

ଭୁବନେଶ୍ବର: ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟଙ୍କୁ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ଗିରଫ ପୋଷ୍ଟାଲ ଏଜେଣ୍ଟ ଜଣକ ହେଲେ ବିଭୂତି ଭୂଷଣ ମହାପାତ୍ର ।

ପୋଷ୍ଟାଲ ଓ ଆରଡି ସ୍କିମ ବିନିଯୋଗ କରିବାକୁ କହି ଲୋକଙ୍କ ଠାରୁ ବିଭୂତି ଟଙ୍କା ନେଇଥିଲା । କିନ୍ତୁ ଟଙ୍କା ଡିପୋଜିଟ୍ ନ କରି ଜମାକାରୀଙ୍କୁ ନକଲି କାଗଜ ଦେଇଥିଲେ। ଏ ସମ୍ପର୍କରେ ଜମାକାରୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ବିଭୂତିଙ୍କୁ ଗିରଫ କରିବା ସହ ନକଲି କାଗତପତ୍ର ଜବତ କରିଛି।

nis-ad
Leave A Reply

Your email address will not be published.