କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସ ଗିରଫ

କଟକ: କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳେଶ୍ଵର ବିଡିଓ ଅଶ୍ବିନୀ କୁମାର ଦାସ । ସେ ତାଙ୍କ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ଆୟ କରିଥିଲେ ।

ବର୍ତ୍ତମାନ ତାଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡ ପାଇଁ ଆବେଦନ କରିବ ଓଡ଼ିଶା ଭିଜିଲାନ୍ସ। ଏହା ସହ ସରକାରୀ ପ୍ରେସରେ କାର୍ଯ୍ୟରତ ବିଡିଓଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ କେସ କରାଯାଇଛି । ଆବଶ୍ୟକ ପଡିଲେ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ। ସମୁଦାୟ ୫ କୋଟି ଟଙ୍କାର ସମ୍ପତ୍ତି ତାଙ୍କ ଠାରୁ ଠାବ କରାଯାଇଛି । ଏନେଇ ସୂଚନା ଦେଲେ କଟକ ଡିଭିଜନ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର ।

nis-ad
Leave A Reply

Your email address will not be published.