ପ୍ରେମିକାଙ୍କ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କହିଲେ ତିର୍ତ୍ତୋଲ ବିଧାୟକ

ତିର୍ତ୍ତୋଲ: ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । କେତେବେଳେ କଥା ଦେଇ ବିବାହ ପାଇଁ ଆସୁନାହାନ୍ତି ତ ଆଉ କେତେବେଳେ ଦିନ ଗଡ଼ାଉଛନ୍ତି । ଯାହାକୁ ନେଇ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି ପ୍ରେମିକା । ଗତ ୧୭ ତାରିଖରେ ବିବାହ କରିବାର ତାରିଖ ଥିବା ବେଳେ କୋର୍ଟକୁ ଆସିନଥିଲେ ବିଧାୟକ ।

ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରିବା ପରେ ଗତକାଲି ଥାନାରେ ବିଭିନ୍ନ ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ତେବେ ବର୍ତ୍ତମାନ ଗତକାଲି ପ୍ରେମିକା ସୋମାଲିକା ଦାଶଙ୍କ ଥାନାରେ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କଥା କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ।

କେବଳ ଏତିକି ନୁହେଁ ବିବାହ ପାଇଁ ଆଉ ୬୦ ଦିନ ବାକି ଅଛି ତେଣୁ ଭଲ ସମୟ ଦେଖି ବିବାହ କରିବାକୁ ଅଭିଯୋଗ କରିବାର ପୁର୍ବ ଦିନ ସୋମାଲିକା ଦାଶଙ୍କୁ କହିଥିବା କଥା କହିଛନ୍ତି ବିଧାୟକ । ମାଙ୍କ ଦେହ ଖରାପ ଥିବାରୁ ବିବାହ ପାଇଁ ସମୟ ମାଗିଥିଲି ,ବିବାହ ପାଇଁ ମନା କରିନଥିବା କଥା ମଧ୍ୟ କହିଛନ୍ତି ବିଧାୟକ । ଏହା ଛଡ଼ା ସେକ୍ସ ର‌୍ୟାକେଟ ଚଳାଇବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି ବିଜୟ ଶଙ୍କର ଦାସ ।

nis-ad
Leave A Reply

Your email address will not be published.