୪୬୬ ଜଙ୍ଗଲ ଜମି ସହ ୯୫ ସ୍କୁଲ ପଟା ବଣ୍ଟନ

ଦାରିଙ୍ଗବାଡ଼ି(୧୮/୬) : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ରାଜସ୍ୱ ବିଭାଗ ପକ୍ଷରୁ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟା ଓ ସ୍କୁଲ କତୃପକ୍ଷଙ୍କୁ ସ୍କୁଲ ଜମି ପଟା ପ୍ରଦାନ କରାଯାଇଛି । ଏହି ପଟା ପ୍ରଦାନ କାର୍ଯ୍ୟକ୍ରମରେ ତହସିଲଦାର ଚାର୍ଲସ ନାୟକ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ । ଅତିଥି ଭାବେ ବିଡିଓ ଗଦାଧର ପାତ୍ର,ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର,ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ,ଥାନା ଅଧିକାରୀ କୌଶିକ ମାଝୀ,ବିଧାୟକ ପ୍ରତିନିଧି ଦୀପକ ସାହୁ,ଅତିରିକ୍ତ ତହସିଲଦାର ଭବେସ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ୪୬୬ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ କରିବା ସହ ୯୫ ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ପଟା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତହସିଲ ଅଫିସରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.