ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ ଦୁର୍ଘଟଣା : ୫୨ଜଣ ଆହତ, ୧୮ ଗୁରୁତର..

ଦାରିଙ୍ଗବାଡ଼ି,୧୮/୬, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ ଓଲଟି ଦୁର୍ଘଟଣା, ୫୨ଜଣ ଆହତ ୧୮ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର ଝିଅ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମରେ ଗତକାଲି ବିବାହ କରିଥିଲେ । ଆଜି ପୁଟୁଡୁମାହା ଗ୍ରାମର ଝିଅ ପରିବାର ଓ ସମ୍ପର୍କୀୟ ମାନେ ପାଙ୍ଗାଲୀ ଗ୍ରାମକୁ ଏକ ଖୋଲା ଟ୍ରକରେ ଲୋକମାନେ ଭୋଜି ଖାଇବା ପାଇଁ ଆସୁଥିଲେ । ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘଟିରେ ଟ୍ରକ ଓଲଟି ୫୨ଜଣ ଆହତ ହୋଇଥିଲେ ।ସେଥିରୁ ୧୮ଜଣ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇ ଥିବା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି । ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ହୋଇ ରେଫର ହୋଇଥିବା ଲୋକମାନେ ହେଲେ ତରାମାହା ଗ୍ରାମର ଜନାଆଲୁ ମଳିକ ,ମଇସକ ମଳିକ , ପୁଟୁଡୁମାହା ଗ୍ରାମର ମାର୍ଥା ମଲିକ,ପ୍ରକାଶ ବେହେରାମାଝୀ , ପ୍ରଫୁଲ ମଲିକ , ଗୀତ ମଝି, ସୁବଳ ମୁଠାମଝି,ସୁନୀତ ମାଝୀ ,ନିରଳା ମାଝୀ ଓ ମାଣ୍ଟୁ ମଲିକ ,ତାରାମାହା ଗ୍ରାମର ପ୍ରଫୁଲ ମଲିକ,ପ୍ରତାପ ମଳିକ, ବେଙ୍ଗେମାହା ଗ୍ରାମର ସନଜ ମଳିକ, ଜିନତି ମଝି,କାଲିଙ୍ଗି ଗ୍ରାମର ସାରା ମଳିକ, ଜିନତି, , ନାଜାଲି ମଲିକ,ଗାହାକିଆ ଗ୍ରାମର ଏଷ୍ଟର ପ୍ରଧାନକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଛି । ମେଡିକାଲରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ ଓ ମେଡିକାଲର ସମସ୍ତ କର୍ମଚାରୀ ସହିତ ତହସିଲଦାର ଚର୍ଲସ ନାୟକ, ସମିତି ଅଧ୍ୟକ୍ଷ ଶୁସାନ୍ତ ପ୍ରଧାନ ଉପସ୍ଥିତି ରହି ରେଫର କରାଯାଇଥିବା ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ନଥିବାରୁ ପ୍ରାଇଭେଟ ଗାଡ଼ି ସୁବିଧା କରି ପଠାଇଥିଲେ । ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ ଏକ ମକଦମା ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।

nis-ad
Leave A Reply

Your email address will not be published.