ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ପୁରୀ : ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରା ଛକ ନିକଟରେ ପିପିଲି ପୋଲିସ ଚଢାଉ କରି ୯୭୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ।ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି । ବ୍ରାଉନସୁଗାର ଜବତ କରିଥିବା ନେଇ ଟ୍ବିଟ୍ ମାଧ୍ୟମରେ ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଆଉ ଏଥରେ ଆନ୍ତଃରାଜ୍ୟ କିଙ୍ଗପିନ୍ ଓ ବ୍ରାଉନସୁଗାର ମାଫିଆ ଜୁମା ଓରଫ ମୁରାସିଦ ଖାଁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

nis-ad
Leave A Reply

Your email address will not be published.