ନାବାଳିକା କୁ ଡ୍ରଗ୍ସ ଦେଇ ନିଶାଶକ୍ତ ଅବସ୍ଥା ରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର : ବର୍ତ୍ତମାନ ବ୍ରହ୍ମପୁର ସହର ମଦ, ଚରସ ଓ ଧଳା ଜହର ବେପାରୀ ଙ୍କ ଭୂସ୍ବଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ l ଗତ କିଛି ବର୍ଷ ହେଲା ଏହି ଧଳ ଜହର ପଛରେ ପଡିଯାଇଥିଲେ ତରୁଣ ଯୁବ ଗୋଷ୍ଟି, କିଛି ଏହାକୁ ଫେସନ ଭାବରେ ଗ୍ରହଣ କରୁଥିଲେ, ପୋଲିସ ବିଭିନ୍ନ ଖବର କାଗଜ ରେ ଖବର ପ୍ରସାର ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖି କିଛି ଲୋକୋଙ୍କୁ ଗିରଫ ବି କରିଥିଲେ କିନ୍ତୁ ଏହିଭଳି ସ୍ପର୍ଶ କାତର ଘଟଣା ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ଦେଖି ବାକୁ ମିଳିଲା ଯେ ଜଣେ ଯୁବକ ଧଳା ଜହର ଦେଇ ନିଶା ଶକ୍ତ ଅବସ୍ଥା ରେ ଶାରୀରିକ ସମ୍ପର୍କ ରଖିଥିବା ଲୋକଲୋଚନ ଆସି ଛି ଯାହାକୁ ନେଇ ସହର ବର୍ତମାନ ସ୍ତବ୍ଧ l ସୂଚନା ଥାଉକି ଅଭିଯୁକ୍ତ ଜଣକ ହେଲେ ଅରବିନ୍ଦ ନଗର ଅଞ୍ଚଳ ର ପ୍ରଭୁକଲ୍ୟାଣ ପଣ୍ଡା l ମିଳିଥିବା ସୂଚନା ଅନୁଯାୟୀ , ପ୍ରଭୁକଲ୍ୟାଣ ପଣ୍ଡା ଙ୍କ ସହ ଜଣେ କଲେଜ ପଢ଼ୁଥିବା ଝିଅଙ୍କ ସହ ବନ୍ଧୁତା ହେଇଥିଲା l ସେଇ ବନ୍ଧୁତା ର ସୁଯୋଗ ନେଇ ତାଙ୍କ ସାନ ଭଉଣୀ କୁ ମିଠା ମିଠା କଥା କହି ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲ ରେ ଫୋସାଇ ଥିଲା, କିଛି ଦିନ କଥା ବାର୍ତା ଚାଲିବା ପରେ ପୀଡିତା ଙ୍କୁ ଡ୍ରଗ୍ସ ଦେଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲl ପ୍ରଭୁ ଯାହାକି ପୀଡିତା ଅଭିଯୋଗ ରୁ ଜଣା ପଡିଛି ଏହି ଭଳି ବାରମ୍ବାର ଡ୍ରଗ୍ସ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ଆସୁଥିଲା ଯଦି ସେ ଶାରୀରିକ ସମ୍ପର୍କ ନ ରଖିଲେ ପୀଡିତା ଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରଲ କରିବା ପାଇଁ ଧମକ ମଧ୍ୟ ଦେଉଥିଲା l ଏହିଭଳି କି ଜୀବନରେ ମାରିଦେବି ବୋଲି ମଧ୍ୟ ଧମକ ଦେଉଥିଲା ପୀଡିତା ଭୟଭିତ ହୋଇ ଶେଷରେ କୌଣସି ଉପାୟ ନ ପାଇ ପୀଡିତା ଜଣକ ତାଙ୍କ ମାଆଙ୍କୁ ପ୍ରଥମେ ଜଣାଇ ଥିଲେ ଏବଂ ପରବର୍ତ୍ତୀ ସମୟରେ ମାଙ୍କ ସହ ଆସି ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ l ବୈଦ୍ୟନାଥପୁର ଥାନା ପୋଲିସ ଘଟଣା କୁ ଗୁରୁତ୍ୱ ନେବା ସହ ପ୍ରଭୁ କଲ୍ୟାଣ ପଣ୍ଡା କୁ ତୁରନ୍ତ ଗିରଫ କରିଥିଲା l ବୈଦ୍ୟନାଥପୁର ଥାନା ଅଧିକାରୀ ନିର୍ଦେଶ କ୍ରମେ ଏସ ଆଇ ଅଞ୍ଜଳି ବେହେରା ଏବଂ ଏସ ଆଇ ମୀନାକ୍ଷୀ ଦଳ ବେହେରା ଘଟଣା ର ସତ୍ୟାସତ୍ୟ ଜାଣିବା ପାଇଁ ଉଭୟ ନାବାଳିକା ଏବଂ ଅଭିଯୁକ୍ତ ପ୍ରଭୁ କୁ ଡାକ୍ତରିମଇନା କରିବା ପରେ କୋର୍ଟ ରେ ନାବାଳିକା ଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି l ଘଟଣା କୁ ନେଇ ଥାନା କେଶ ନମ୍ବର – 199/22 ଆଇ ପି ସି 376, 328,294,506,6 pocso act,66E act ରେ ମାମଲା ରୁଜୁ ହୋଇଛି l ସୂଚନା ଥାଉକି ବ୍ରହ୍ମପୁର ସହର ର ବିଭିନ୍ନ ଥାନା ଅଂଚଳରେ ଅଭିଯୁକ୍ତ ର ନାମରେ ଡ୍ରଗ୍ସ କାରବାର ରେ ଲିପ୍ତ ଥିବା କୁ ମାମଲା ରହିଛି l ଏଥି ପୂର୍ବରୁ ପ୍ରଭୂ କଲ୍ୟାଣ ପଣ୍ଡା ଙ୍କ ନାମ ରେ ପୂର୍ବ ରୁ ମଧ୍ୟ ଡ୍ରଗ୍ସ , ମାରପିଟ, ଚୋରି ଘଟଣା ରେ ବିଭିନ୍ନ ଥାନା ରେ ବହୁ ମାମଲା ରହିଥିବା ଜଣାପଡିଛି l ସୂଚନା ଥାଉକି ବ୍ରହ୍ମପୁର ସହର ର ବିଭିନ୍ନ ଥାନା ଅଂଚଳରେ ଅଭିଯୁକ୍ତ ର ନାମରେ ଡ୍ରଗ୍ସ କାରବାର ରେ ଲିପ୍ତ ଥିବା କୁ ମାମଲା ରହିଛି l ଏଥି ପୂର୍ବରୁ

2019 ରେ ଗଜପତି ନଗର ରେ ଗୋଟିଏ ଗାଡି ରୁ ପେଟ୍ରୋଲ ଚୋରି ଅଭିଯୋଗ ରେ ବୈଦ୍ୟନାଥପୁର ତତ୍କାଳୀନ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ସେହିଭଳି 2020 ରେ ଟାଉନ ଥାନା ଅଧିନରେ ଚାଲିଥିବା ଡ୍ରଗ୍ସ କାରବାର ରେ ଗୋଶାଣିନୂଆଗାଁ ଥାନାର ତତ୍କାଳୀନ ଥାନାଧିକାରୀ ସୁମିତ ସୋରେନ ଅଭିଯୁକ୍ତ ପ୍ରଭୁ କଲ୍ୟାଣ ପଣ୍ଡା କୁ ପ୍ରାୟ ୧୧ ଗ୍ରାମ ଡ୍ରଗ୍ସ ସହ ଗିରଫ
କରିଥିଲେ ପରେ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଙ୍କୁ ହସ୍ତାନ୍ତର କରି କୋୖର୍ଟ ଚାଲାଣ କରିଥିଲେ l ପୁଣି 2021 ରେ ଖଜୁରିଆ ରେ ଏକ ମାରପିଟ ଘଟଣା ରେ ଅଭିଯୁକ୍ତ କୁ ତତ୍କାଳୀନ ଗୋଶାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ଗିରଫ କରି କୋର୍ଟ ଚାଲାଣ କରିଥିଲେ lପୁଣି ଏବେ ଗୋଟିଏ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଗିରଫ କରିଛନ୍ତି l ଏବଂ କୋର୍ଟ ଚାଲାଣ କରିଛନ୍ତି l ଏଠାରୁ ସ୍ପଷ୍ଟ ଯେ ସେ ଜଣେ ଅଭ୍ୟାସ ଗତ ଅପରାଧୀ କହିଲେ କିଛି ଭୁଲ ହେବ ନାହିଁ l ବ୍ରହ୍ମପୁର ପୋଲିସ ଏହାକୁ ଗୁରୁତର ସହିତ ନେଇ ଏହି ଭଳି ଧଳା ଜହର ବ୍ୟବସାୟୀ କୁ ଗିରଫ କରି ବ୍ରହ୍ମପୁର ଯୁବ ପିଢ଼ି ଙ୍କୁ ଏହି ନିଶା କବଳରୁ ମୁକ୍ତ କରାଯାଉ ବୋଲି ସହରର ବୁଦ୍ଧି ଜୀବି ତଥା ସାଧାରଣ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି l ଅଂଚଳରେ ଥିବା ବିଭିନ୍ନ ଥାନ ଯଥା ଟାଉନ ଥାନା, ବୈଦ୍ୟନାଥପୁର ଥାନ, ଏବଂ ଗୋଶାଣୀ ନୁଆଁଗାଁ ଥାନା ର ବିଭିନ୍ନ ଅଞ୍ଚଳ ରେ ଏହି ପରି ଚୋରା ମଦ ଓ ଡ୍ରଗ୍ସ ବେପାରୀ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଖବର ରହିଛି ଯାହାକି ନୂତନ ଏସ. ପି ଙ୍କ ଦାୟିତ୍ୱ ଗ୍ରହଣ ପରେ ଏହି ମାଫିଆ ମାନଙ୍କ ନିଦ ହଜି ଯାଇଛି କିନ୍ତୁ ସୁଯୋଗ ଅପେକ୍ଷା ରେ ରହି ଥିବା ସୂଚନା ମିଳୁଛି..

nis-ad
Leave A Reply

Your email address will not be published.