କକାପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ମୃତ୍ୟୁ

ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ। ସମ୍ପର୍କକୁ ଭୁଲିଯାଇ ଟାଙ୍ଗିଆ ଫସାରେ ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କୃଷପୁର ଗାଁରେ।

ଘଟଣାଟି ଅପରାହ୍ନ ୫ଟା ବେଳକୁ ଘଟିଥିବା ବେଳେ ଅଭିଯୁକ୍ତ କୁନା ନାୟକ ଘଟଣା ଘଟାଇ ଫେରାର ହୋଇଯାଇଛିସୂଚନା ଅନୁଯାୟୀ ଆଜି କକାପୁଅ କୁନା ନାଏକଙ୍କ ବାଡ଼ିରେ ରାଜନ ନାଏକଙ୍କ ବଳଦ ପଶିଯାଇଥିଲାା ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା।

ଏଥିରେ ଉତେଜିତ ହୋଇ ମଦ ନିଶାରେ କୁନା ନାଏକ ପାଖରେ ଥିବା ଟାଙ୍ଗିଆରେ କାନମୁଣ୍ଡାକୁ ପିଟିବା ଫଳରେ ଘଟଣାସ୍ଥଳରେ ରାଜନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ତେଲକୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚଢାଉ ଜାରି ରଖିଛି।

nis-ad
Leave A Reply

Your email address will not be published.