SCBରେ ଭର୍ତ୍ତି ହେଲା ଜଗା: ୨ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ

କଟକ: SCBରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଛି । ଏସ୍‌ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ।

ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍ ଆଜି ଆସିବେ । ୨ ଦିନ ଧରି ଏସସିବିରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ । ୭ ବର୍ଷିୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି । ଗତକାଲି ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଜଗାର ଏମଆରଆଇ କରାଯାଇଥିଲା ।

କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳର ଭୁବନ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ୨୦୧୫ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହୋଇଥିଲେ । ଦୁଇ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଜଗା-ବଳିଆଙ୍କୁ ୨୦୧୭ ମସିହା ଜୁଲାଇ ମାସରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରାଯାଇ ଜଗା ଓ ବଳିଆଙ୍କୁ ଅଲଗା କରାଯାଇଥିଲା । ୨୦୧୯ ମସିହାରେ ଉଭୟ ଏସ୍‌ସିବି ମେଡ଼ିକାଲକୁ ଆସିଥିଲେ ।

nis-ad
Leave A Reply

Your email address will not be published.