ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

ଖୋର୍ଦ୍ଧା  : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ବାନ୍ଧି ଖଣିରେ ପକାଇଥିଲେ ଦୁର୍ବୁର୍ତ୍ତ।

ମୃତଦେହ ମିଳିବା ପରଠୁ ଆକ୍ସନକ ଆସିଥିଲା ପୋଲିସ । ଏହି ହତ୍ୟା ପଛରେ କାରଣ କଣ ଏବଂ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଥିଲା ଆଦର୍ଶ ଥାନା ପୋଲିସ । ଏବେ ଏହି ଘଟଣାରେ ଆଦର୍ଶ ଥାନାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଟକ ରଖିଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.