ମେସିନ ଦ୍ୱାରା ମନରେଗା ରାସ୍ତା କାମ ମାମଲା : ଖବର ପ୍ରକାଶିତ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତରେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ଏବଂ ପୋଖରୀ ଖୋଳା ଓ ଜମି ସମତଳ କାର୍ଯ୍ୟରେ ଶ୍ରମିକଙ୍କୁ ନିଯୁକ୍ତି କରା ନଯାଇ ଠିକାଦାର ମେସିନ ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିବା କୁ ନେଇ ନିସର୍ତ୍ତ ରେ ଖବର ପ୍ରକାଶିତ ହେବାପରେ ତତ୍ପର ହୋଇଉଠୁଛି ଜିଲ୍ଲା ପ୍ରଶାସନ । ଘଟଣାକୁ ନେଇ ଦୃଢ କାର୍ଯ୍ୟନୁଷ୍ଠାନ ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ମତ ଦେଲେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁ । ଖବର ଅନୁଯାୟୀ ଗୌଡଗୁଡା ପଞ୍ଚାୟତରେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ଏବଂ ପୋଖରୀ ଖୋଳା ଓ ଜମି ସମତଳ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ କୌଣସି ଶ୍ରମିକଙ୍କୁ ନିଯୁକ୍ତ କରା ନଯାଇ ମେସିନ ଦ୍ଵାରା ସମସ୍ତ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଏଥିସହ ସଂରକ୍ଷିତ ଜଙ୍ଗଲ ଯେଉଁ ଅଞ୍ଚଳରେ ବନ ବିଭାଗ ଦ୍ୱାରା ଚାରା ରୋପଣ ହୋଇଛି ସେହିସବୁ ଅଞ୍ଚଳରୁ ମୋରୁମ ବାହାର କରି ମେସିନ ଦ୍ଵାରା ମନରେଗା ରାସ୍ତା କାମରେ ବ୍ଯବହର ହେଉଥିବା ମଧ୍ୟ ଅଭିଯୋଗକୁ ନେଇ ନିସର୍ତ୍ତ ରେ ଗତ ୧୫।୬।୨୦୨୨ ରେ ଏହି ଖବର ପ୍ରକାଶିତ ହୋଇଥିଲା । ତେବେ ଏହି ଖବର ପ୍ରକାଶିତ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଘଟଣାକୁ ଅତି ଗୁରୁତର ସହ ନେଇ ଘଟଣାଟିର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନଙ୍କୁ ନିର୍ଦେଶ ଦେବା ସହ ତୁରନ୍ତ ଏହି ଘଟଣା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କହିଛନ୍ତି । ସୂଚନା ଥାଉକି ଏହି ଖବର ହସ୍ତ ଗତ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ପି ଇ ଓ ଙ୍କ ସହିତ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ସଠିକ କିମ୍ବା ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ଯାହାଫଳରେ ସ୍ପଷ୍ଟ ହୋଇ ଯାଇଥିଲା ଯେ ତାଙ୍କ ସହ ଠିକାଦାର ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବିଷୟରେ ଓ ଗାଁ ଲୋକେ କରିଥିବା ଅଭିଯୋଗର ସତ୍ୟତା ପଦାକୁ ଆସିଗଲା, କିଭଳି ଭାବରେ ପି ଇ ଓ, ନିଖିଲ ବାନାର୍ଜୀ ଠିକାଦାର ଙ୍କ ସହିତ ମିସି ସରକାରୀ ଅନୁଦାନକୁ କାହାକୁ ଭୁକ୍ଷପ ନକରି ଲୁଟି ଚାଲିଛନ୍ତି l ଗ୍ରାମ ଲୋକଙ୍କ ଅଭିଯୋଗ ପରେ ଉକ୍ତ ଘଟଣା କୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ସହିତ ଏହା କୁ ବିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଗଲେ ଅନ୍ୟ ଅଫିସର ଓ ଠିକାଦାର ଙ୍କ ବିତରେ ଥିବା ଭିତିରି ସମ୍ପର୍କ ପଦାକୁ ଆସିବା ସହିତ ସରକାର ଙ୍କ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସବୁ ଠିକ ସେ ହୋଇ ପାରନ୍ତା ବୋଲି ଅଂଚଳରେ ଥିବା ବୁଦ୍ଧି ଜୀବି ଓ ସାଧାରଣ ଦାବୀ କରିଛନ୍ତି l ବାହର ରାଜ୍ୟ କୁ କାମ ନପାଇ ଦାଦନ ଖଟିବାକୁ ଯାଉଥିବା ଲୋକୋ ମାନେ ନିଜ ଅଂଚଳରେ କାମ ପାଇଁ ନିଜ ପରିବାର ଲୋକଙ୍କ ମୁହଁରେ ହସ ଦେଇ ପାରନ୍ତେ ଓ ଜିଲ୍ଲା ରେ ମନରେଗା କାର୍ଯ୍ୟ ସୁଚାର ରୂପେ ପ୍ରତିପାଳିତ ହୋଇ ପାରନ୍ତା

nis-ad
Leave A Reply

Your email address will not be published.