ରାଜ୍ୟରେ ପ୍ରତିଷ୍ଠା ହେବ ୫୫ଟି ନୂଆ ବସ୍‍ଷ୍ଟାଣ୍ଡ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ରାଜ୍ୟରେ ୫୫ଟି ନୂଆ ବସ୍‍ଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ।

ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୨୫ ତାରିଖ ସୁଦ୍ଧା ଠିକା ପ୍ରସ୍ତାବ ପ୍ରକ୍ରିୟା ଶେଷ କରାଯିବ । ଓଡ଼ିଶା ରାଜ୍ୟ ପୁଲିସ୍‍ ହାଉସିଂ ଓ କଲ୍ୟାଣ ନିଗମକୁ ଟେଣ୍ଡର ଜରିଆରେ ନୂଆ ବସ୍‍ଷ୍ଟାଣ୍ଡ୍‍ ନିର୍ମାଣ କାମ କାର୍ଯ୍ୟାଦେଶ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

nis-ad
Leave A Reply

Your email address will not be published.