କାମବେଡା ପଞ୍ଚାୟତରେ ନିର୍ମାଣଧୀନ ବେଆଇନ ଖ୍ରୀଷ୍ଟଧର୍ମ ଉପାସନା ଗୃହ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ପଞ୍ଚାୟତର ସରପଞ୍ଚ ବୁକାନ ତାଙ୍କ ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ଖ୍ରୀଷ୍ଟଧର୍ମର ଉପାସନା ଗୃହର ଅନୁମତି ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ°କୁ ୯ ଦଫାରେ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ସେ ଉଲ୍ଲେଖ କରିଛନ୍ତି ଯେ, ଆମ ପ°ଚାୟତର ଉନ୍ନତି ଓ ବନ୍ୟ ଜୀବଜନ୍ତୁଙ୍କ ଜୀବନଜିବୀକା ନିମନ୍ତେ ସଂରକ୍ଷିତ ରହିଥିବା ସ୍ଥାନରେ ଅବୈଧ ଉପାସନା ଗୃହ ନିର୍ମାଣର ତଦନ୍ତ ସହ ଉକ୍ତ ଗୃହକୁ ଭାଙ୍ଗିବାକୁ ଅନୁମତି ଦିଆଯାଉ | ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆମ ଅଞ୍ଚଳରେ କୌଣସି ଲୋକ ଖ୍ରୀଷ୍ଟିଆନ୍ ନୁହନ୍ତି , କିଛି ଲୋକ ସାପ୍ତାହିକ ପ୍ରାର୍ଥନା କରିବା ଓ ଚିକିତ୍ସା କରିବା ପାଇଁ ସେମାନେ ବାଲିମେଳା ଯିବା ମୁଁ ଶୁଣିବାକୁ ପାଇଲି , ଯେହେତୁ ଅନ୍ୟ ଧର୍ମ ଗ୍ରହଣ କରିଥିବା ଲୋକ ଆମ ପଞ୍ଚାୟତରେ ନାହାନ୍ତି , ଏଣୁ ଆମ ପଞ୍ଚାୟତରେ କୌଣସି ଅନ୍ୟ ଧାର୍ମିକ ଅନୁଷ୍ଠାନ ହେବାର ଆବଶ୍ୟକ ମଧ୍ୟ ନାହିଁ | ଆମ ପଞ୍ଚାୟତକାର୍ଯ୍ୟାଳୟରେ କୌଣସି ତଥ୍ୟ ନଥିବାରୁ ଆମେ ଆଗ୍ରହ କରୁଛୁ ଜିଲ୍ଲାପ୍ରଶାସନ ନିକଟରେ ଆମ ପଞ୍ଚାୟତରେ କେତେ ଜଣ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ୍ ହୋଇଛନ୍ତି ତାର ପ୍ରମାଣ ଆମକୁ ଦେଲେ ଆମେ ସେମାନଙ୍କ ଅନୁଷ୍ଠାନ ନିମନ୍ତେ ଉଚିତ୍ ସ୍ଥାନ ଯୋଗାଇ ଦେବୁ | କିନ୍ତୁ ଜଦି ଅନ୍ୟ ପଞ୍ଚାୟତରୁ ଆସି ଆମ ପଞ୍ଚାୟତରେ ବେନିୟମ ପ୍ରାର୍ଥନା ଗୃହ ନିର୍ମାଣ କରନ୍ତି ତେବେ ଆଇନ୍ ଅନୁସାରେ ତାକୁ ଭାଙ୍ଗିବା ନିମନ୍ତେ ମଧ୍ୟ ପଦକ୍ଷେପ ନେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି |

ଏହି ଦାବୀପତ୍ରରେ ଆହୁରି ଉଲ୍ଲଖ ରହିଛି ଯେ ଆମେ କୋୟା ଜନଜତି ଲୋକ ଅଟୁ ଆମର ” ଗାଇ ” କୁ ମା ବୋଲି ପୂଜା କରାଯାଏ | କିନ୍ତୁ ଆମ ଗ୍ରାମର ଶୁକ୍ରା ସୋଡିଙ୍କୁ କିଛି ପଇସା ଦେଇ ରାତିରେ ଗୋଟିଏ “ ଗାଇ ” କୁ କାଟିଛନ୍ତି ଓ ତାହାକୁ ଅନେକ ଲୋକ ଏକତ୍ରିତ ହୋଇ ଭୋଜିକରି ଖାଇଛନ୍ତି ଏହା ଦ୍ବାରା ଆମ ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇଛି | ଭବିଷ୍ୟତରେ ଏହା ଆଦିବାସୀ ସମାଜରେ ବଡଧରଣର ଗଣ୍ଡଗୋଳର ସୃଷ୍ଟିକରିବ ବୋଲି ମୋର ବିଶ୍ବାସ ହେଉଛି | କୋୟା ସଂସ୍କୃତିରେ ପବିତ୍ର ସ୍ଥାନ ଗୁଡିକ ଅପବିତ୍ର ହେଉଛି | ଯାହା ଫଳରେ ଆମର ନିତିଦିନ ପୂଜା , ଉପାସନା ପରମ୍ପରା ନଷ୍ଠ ହେଉଛି , ଏଣୁ ଯଥାଶିଘ୍ର ଏହି ପ୍ରାର୍ଥନା ଗୃହ ବନ୍ଦ କରାଯାଉ | ଏହି ସ୍ଥାନରେ ପଞ୍ଚାୟତ ତରଫରୁ ମଡେଲ୍‌ ପୋଖରି ନିର୍ମାଣ ନିମନ୍ତେ ଯୋଜନା ରହିଥିଲା , ଯାହାଫଳରେ ଗ୍ରାମବାସୀ ଓ ଗୃହ ପାଳିତ ପଷୁ ମାନେ ଏହି ପାଣିର ବ୍ୟବହାର କରିପାରନ୍ତେ , କିନ୍ତୁ ଏହି ଅବୈଧ ନିର୍ମାଣ ଗୃହ ଦ୍ବାରା ଆମ ପଞ୍ଚାୟତ ବିକାଶ ଓ ଜୀବଜନ୍ତୁଙ୍କ ଜୀବନ ଜୀବିକା ଉପରେ ଅନେକ କୁ ପ୍ରଭାବ ପଡିବ | ଏ ସମସ୍ତ ତଥ୍ୟର ସର୍‌ଜମିନ୍ ନିରପେକ୍ଷ ତଦନ୍ତ କରିବସହ ଆମ ପଞ୍ଚାୟତରେ କେତେଜଣ ଧର୍ମପରିବର୍ତ୍ତନ କରିଛନ୍ତି ତାହା ଆମ ପଞ୍ଚାୟତ କାର୍ଯ୍ୟାଳୟକୁ ଜଣାଇବାପରେ ସେମାନଙ୍କ ନାମକଣ ପରିବର୍ତ୍ତନ ହୋଇଛି ତାହାମଧ୍ୟ ଜଣାନ୍ତୁ , ଏବଂ ଗ୍ରାମ ପଞ୍ଚାୟତର ବିନାଅନୁମତିରେ କୌଣସି ବେସରକାରୀ ନିର୍ମାଣକୁ ଅବୈଧ ଘୋଷଣା କରିବା ସହ ତାହାକୁ ଭାଙ୍ଗିବା ନିମନ୍ତେ ପଞ୍ଚାୟତକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି । ଏହାର ଏକ ନକଲ ସେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଓ ଅନ୍ୟ ଅଧିକାରୀ°କ ନିକଟକୁ ପ୍ରେରଣ କରିଛନ୍ତି ।

nis-ad
Leave A Reply

Your email address will not be published.