ନକଲି ଡାକ୍ତର ରମେଶ ଜେନାର ଚାର୍ଜସିଟ ଦାଖଲ

ଭୁବନେଶ୍ବର; ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ । ଏହି ପତ୍ନୀମାନେ ଗୋଟି ଗୋଟି କରି କହିବେ ଠକ ରମେଶର କାରନାମା ।

କେବେ, କେଉଁ ଉପାୟରେ କେବେଠୁଁ କେତେଜଣଙ୍କୁ କେମିତି ଚୂନା ଲଗାଇଛି ତାର ପ୍ରମାଣ ହାତେଇଛି ପୁଲିସ । ଆଉ ଏହି ଠକ ଡାକ୍ତର ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୁଲିସ ।

ଏହି ଠକେଇ ପଛରେ କେବଳ ୪୨୦ ରମେଶ ନୁହେଁ, ବରଂ ତାଙ୍କର ଦ୍ୱିତୀୟ ପତ୍ନୀ, ଭଉଣୀ, ମ୍ୟାନେଜର ଓ ଡ୍ରାଇଭର ମଧ୍ୟ ସଂପୃକ୍ତ ରହିଥିଲେ । ଏମାନେ ସମସ୍ତେ ମିଳିମିଶି ବାରମ୍ବାର ବିବାହ କରି ଲୁଟ କରିବାର ଷଡଯନ୍ତ୍ର ତିଆରି କରୁଥିଲେ ।

ଏହି ଠକ ଜଣକ କେବଳ ଏକାଧିକ ମାଟ୍ରିମନି ସାଇଟରେ ପରିଚୟ ବଦଳାଇ ବିବାହ କରିନଥିଲା, ବରଂ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲା । ଏହାଛଡା ଡାକ୍ତରୀ ଆଡମିଶନ ନାଁରେ ଠକିବା, ଚାରାରୋପଣ ନାଁରେ ଠକେଇ କରିବା ଏବଂ କୁକୁଡା ଚିଆଁ ସଂସ୍ଥାକୁ ବି ଚୂନା ଲଗାଇବାକୁ ପଛାଇନଥିଲା ।

nis-ad
Leave A Reply

Your email address will not be published.