ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ମୃତ୍ୟୁ ଦେହ, କାରଣ ଅସ୍ପଷ୍ଟ ପୁଲିସ ର ଛାନଭିନ୍ନ…

ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ।ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଛତ୍ରପୁର ବିଦ୍ୟାଧର ନଗର ଅଂଚଳ ବାବୁଲା ବେହେରା ଏବଂ ତାଙ୍କ ନିଜ ଘର ଗଞ୍ଜାମ କାଇଁଚପୁର ବୋଲି ପୁଲିସ ଶୃତ୍ର ରୁ ସୂଚନା | ଖବର ଅନୁଯାୟୀ, ଆଜି ସକାଳୁ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ପରେ ଛତ୍ରପୁର ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ଘଟଣା ର ଖବର ପାଈଁ ଗଞ୍ଜାମ ଅତିରିକ୍ତ ଏସପି ପି. କେ. ଦଳେଇ, ଏସଡ଼ିପିଓ ଗୌତମ କିଷାନ, ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଈଁ ସାଣ୍ଟିଫେଟିକ ଟିମ ପହଂଚି ଅଧିକ ଛାନଭିନ୍ନ କରିଛନ୍ତି | ଘଟଣା ସ୍ଥଳରେ ପଡ଼ିଥିବା ମଦ ପାଉଚ ଓ ଖାଦ୍ୟ ସାମଗ୍ରୀ ର ନମୁନା ସଂଗ୍ରହ କରିଛି ପୋଲିସ | ତେବେ ମୃତ ଯୁବକ କେବିବି ଏହି ସ୍ଥାନକୁ ଆସୁନଥିବା ବେଳେ କିପରି ଏଠାକୁ ଆସିଛନ୍ତି ତାହାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ତେବେ ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହାକୁ ନେଇ  ପୋଲିସ ସମସ୍ତ ଦିଗ କୁ ନେଇ ଖୋଳତାଡ କରୁଛି | ଏହା ହତ୍ୟା ନା ଆଉ କିଛି ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି | ଶବ ଜବତ ପରେ ବ୍ୟବଛେଦ ପାଈଁ ମେଡିକାଲ କୁ ପଠାଯାଇଛି |

nis-ad
Leave A Reply

Your email address will not be published.