ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରି ଦେଉ । ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିନ୍ତି ।

ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି।

nis-ad
Leave A Reply

Your email address will not be published.