୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ନ୍ୟାଶନାଲ ହେରାଲଡ୍‌ ମାମଲାରେ ଆଜି ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ପରେ ରାହୁଲଙ୍କୁ ପଚରାଉଚରା କରାଯାଇଥିଲା । ଇଡିରେ ହାଜର ହେବାକୁ ଆଜି ରାହୁଲ ଗାନ୍ଧି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି ଅଫିସକୁ ଯାଇଥିଲେ ।
ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ ବିଭିନ୍ନ ସଂସ୍ଥା ଜରିଆରେ କେନ୍ଦ୍ର ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ ।
ନ୍ୟାଶନାଲ ହେରାଲ୍‌ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏପଟେ ଗାନ୍ଧି ପରିବାର ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ ଜାରି ରହିବ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ଵାଲା କହିଛନ୍ତି ।

nis-ad
Leave A Reply

Your email address will not be published.