ନୂପୁର ଶର୍ମା ବୟାନ ମାମଲା, ସମ୍ବଲପୁରରେ ୧୪୪ ଧାରା ଜାରି

ସମ୍ବଲପୁର: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦିୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ସମ୍ବଲପୁର ଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବିରୋଧ ପ୍ରଦର୍ଶନ ସମେତ ଜିଲାସ୍କୁଲ ଛକରୁ ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ ଦେଇ ଗୋଲବଜାର ଛକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା।

ତେବେ ଏହା ଦ୍ୱାରା ସାମ୍ପ୍ରଦାୟିକ ସୌହାର୍ଦ୍ୟର ବାତାବାରଣ ସହରରେ ନଷ୍ଟ ହେବାର ଆଶଙ୍କା କରି ପ୍ରତିକାରତ୍ମକ ପଦକ୍ଷେପ ଅନୁଯାୟୀ ଜିଲା ପ୍ରଶାସନ ସମ୍ବଲପୁରର କିଛି ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ଲାଗି କରିଛି।

ସମ୍ବଲପୁର ଜିଲା ସବ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ୧୨ ତାରିଖରେ ଜାରି ଚିଠି ଅନୁଯାୟୀ, ଧନୁପାଲି ଓ ଟାଉନ ଥାନା ପକ୍ଷରୁ ସୂଚନାନୁଯାୟୀ ଜିଲାସ୍କୁଲ ଓ ଗୋଲବଜାର ଭାୟା ଭିଏସଏସ ମାଗ ଓ ଲକ୍ଷ୍ମୀ ଟକିଜ ଛକ ଦେଇ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ଆୟୋଜିତ ହେବାକୁ ଥିବା ରାଲି ଯୋଗୁଁ ସହରର ଶାନ୍ତି ଓ ଆଇନଶୃଙ୍ଖଳା ଭଙ୍ଗ ହେବା ସହିତ ସାମ୍ପ୍ରଦାୟିକ ସୌହାର୍ଦ୍ଦ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଏଣୁ ସହରରେ ଶାନ୍ତି ବଜାୟ ରଖିବା ପାଇଁ ୧୨ ତାରିଖ (ରବିବାର) ଜିଲାସ୍କୁଲ ଛକ, ପଲଟନ ମସଜିଦର ବାହାର ଅଞ୍ଚଳ, କାଳିବାଡି, ଭୁତାପଡ଼ା ଛକ, ମୋତିଝରନ, ରାଜା ନଗର, ସୁନାପାଲି, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର, ନୟାପଡ଼ା, ପିରବାବା ଛକ, ଦଲାଇପଡ଼ା ଓ ମୋଦିପଡ଼ା ଅଞ୍ଚଳରେ ୟୁ/ଏସ ୧୪୪ ସିଆପିସି ଆଇନ ଅନୁଯାୟୀ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜିଲା ସବ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଜାରି ଚିଠିରେ ଉଲ୍ଲେଖ୍ୟ ରହିଛି। ଏଥି ପାଇଁ ସହରର ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

nis-ad
Leave A Reply

Your email address will not be published.