କୂଅ ଭିତରକୁ ଖସି ପଡ଼ିଲା ମାଙ୍କଡ଼, ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନ୍ୟ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଅଭାବନୀୟ ଘଟଣା । କୂଅ ଭିତରକୁ ଖସିପଡ଼ିଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟ ୨ ଜଣ ଗୁରୁତର। ଉଭୟଙ୍କୁ ଉଦ୍ଧାର କଲା ମନମୁଣ୍ଡା ଦମକଳ ବାହିନୀ।

ସୂଚନାନୁଯାୟୀ, ତୁଳସୀକଟା ଗାଁର ଏକ କୂଅ ଭିତରକୁ ଏକ ମାଙ୍କଡ଼ ଖସି ପଡ଼ିଥିଲା। ଏହା ଦେଖି ଗ୍ରାମର ୩ ଜଣ ବ୍ୟକ୍ତି ମାଙ୍କଡ଼କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଓହ୍ଲାଇଥିଲେ। ହେଲେ ସେମାନେ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ। ଏନେଇ ଖବର ପାଇ ମନମୁଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ହେଲେ ଲାଲମୋହନ ରଣା ଓ ମୃତକ ହେଲେ କାଳୀଚରଣ ବାଙ୍କ।

nis-ad
Leave A Reply

Your email address will not be published.