ରଣପୁର : ବିଜେଡ଼ି ତରଫରୁ ଗୋପାଳପୁର ଜୋନର ବନ୍ଧୁ ମିଳନ ଏବଂ ସମ୍ୱର୍ଦ୍ଧନା ଉତ୍ସବ

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଗୋପାଳପୁର ଜୋନର କାର୍ଯ୍ୟକର୍ତ୍ତା ଓ ଜନ ପ୍ରତିନିଧିମାନଙ୍କୁ ନେଇ “ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ୱର୍ଦ୍ଧନା ଉତ୍ସବ” ଗୋପଳପୁର ଜୋନ ଅନ୍ତର୍ଗତ ଚମ୍ପାପେଡି ଗ୍ରାମ ପଂଚାୟତ ସ୍ଥିତ “ବାତ୍ୟା ଆଶ୍ରୟ ସ୍ଥଳ ପରିସରର”ଠାରେ ଅନୁଷ୍ଠିତ ହୋଇଯାଇଛି l ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱ ଓ ଗୋପାଳପୁର ଜୋନ ବିଜୁ ଯୁବ ଜନତା ଦଳର ସଭାପତି ଅକ୍ଷୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ,ମୁଖ୍ୟବକ୍ତା ଭାବରେ ଆତ୍ମା ର ଅଧ୍ୟକ୍ଷ୍ୟା ନର୍ମଦା ରାୟ,ସମ୍ମାନିତ ଭାବରେ ବିଜେଡି ରଣପୁର ବ୍ଲକ ସଭାପତି ପାଣ୍ଡଵ ସେଠୀ, ରଣପୁର ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ ସାହୁ, ବ୍ଲକ ଯୁବ ବିଜେଡି ଉପସଭାପତି ପ୍ରଭାତ ପ୍ରଧାନ ଓ ଗୋପାଳପୁର ଜୋନ ବିଜେଡି ସଭାପତି ସଂଗ୍ରାମ କେଶରୀ ମାର୍ଥାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ନିର୍ଦେଶ କ୍ରମେ ତାହାର ପ୍ରମୁଖ ଛାମୁଆ ସଂଗଠନ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଆଗୁଆ ସାଗଂଠନିକ କାର୍ଯ୍ୟକ୍ରମ । ଦଳ ପାଇଁ ଆଗ ଧାଡିର ଯୋଦ୍ଧା ମାନଙ୍କୁ ଏବଂ ଦଳ ସମର୍ଥନରେ ବିଜୟୀ ହୋଇଥିବା ଜନ ପ୍ରତିନିଧି ମାନଙ୍କୁ ମାନପତ୍ର , ଉପଢୌକନ ସାଙ୍ଗକୁ ପୁଷ୍ପଗୁଛ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳର ଏହି ଯୋଦ୍ଧାମାନଙ୍କୁ ବିଧାୟକ ଶପଥ ପାଠ କରାଇଥିଲେ ତତସହିତ ସଂଗଠନକୁ ସୁଦୃଢ ପାଇଁ ନୂତନ ଯୁବ ବିଜେଡି ରଣପୁର ବ୍ଲକ ସାଧାରଣ ସମ୍ପାଦକ ଆକାଶ ପାଣି ଓ ଅଜୟ କୁମାର ମତ୍ତଗଜସିଂହ ଓ ହଁସରା ପଂଚାୟତ ସଭାପତି ଚିରଞ୍ଜୀବ ପ୍ରଧାନଙ୍କୁ ନିଯୁକ୍ତି କରାଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ଗୋପାଳପୁର ଜୋନର ସମସ୍ତ ପଂଚାୟତର ନବନିର୍ବାଚିତ ଜନପ୍ରତିନିଧି ଓ ସମସ୍ତ ଯୁବ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.