ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ କାଳି ମାଡ଼

ନୂଆଦିଲ୍ଲୀ: ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳି ମାଡ଼ ହୋଇଛି। ଶନିବାର ଦିଲ୍ଲୀରେ ତାଙ୍କ ଉପରକୁ ୨ ଜଣ ଦୁର୍ବୃତ୍ତ କାଳି ମାଡ଼ କରିଛନ୍ତି। ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ନିଜ ମା’ଙ୍କ ସହ ଯାଉଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରକୁ କାଳିମାଡ଼ କରିଛନ୍ତି। ଉଭୟେ ମା ଝିଅ କାଳନ୍ଦି କୁଞ୍ଜ ରୋଡ଼ରେ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ୨ ଜଣ ଆସି ତାଙ୍କ ଉପରକୁ ବ୍ଲୁ-ଲିକୁଇଡ୍‌ ମାଡ଼ କରି ଫେରାର ହୋଇଯାଇଛନ୍ତି। ଯୁବତୀ ଜଣକୁ ଏମସ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ବ୍ଲୁ-ଲିକୁଇଡି ଦେଖିବାକୁ ଠିକ୍‌ କାଳି ପରି ।
ଏହି ଘଟଣାରେ ପୁଲିସ ୧୯୫(ଏ), ୫୦୬,୩୨୩ ଏବଂ ୩୪ ଆଇପିସିରେ ମାମଲା ରୁଜୁ କରିଛି। ସ୍ଥାନୀୟ ଡିସିପି କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ନାମରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୁଲିସ ମାମଲା ମଧ୍ୟ ରୁଜୁ କରି ଥିଲା । ଏହି ଘଟଣାରେ ମନ୍ତ୍ରୀଙ୍କ ପୁଅକୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ଏକ ଟିମ୍‌ ରାଜସ୍ଥାନକୁ ପଠାଇ ଥିଲା। ହେଲେ ସେ ଘରେ ନଥିବା ଜଣାପଡ଼ିଥିଲା। ଗତ ମାସରେ ମନ୍ତ୍ରୀଙ୍କ ପୁଅ ରୋହିତ ଜୋଷୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ତେବେ ଗତକାଲି ରୋହିତ ଜୋଷୀ ଦିଲ୍ଲୀ ପୁଲିସରେ ହାଜର ହୋଇଥିଲେ। ଦିଲ୍ଲୀ କୋର୍ଟରୁ ଆଗୁଆ ଜାମିନ ପାଇବା ପରେ ସେ ଗତକାଲି ଦିଲ୍ଲୀ ପୁଲିସ ନିକଟରେ ହାଜର ହୋଇଥିଲେ।
ଅଭିଯୋଗ ଅନୁଯାୟୀ, ୨୦୨୧ରୁ ଜାନୁଆରୀ ୮ରୁ ଏପ୍ରିଲ ୧୭ ମଧ୍ୟରେ ଏକାଧିକ ଥର ମନ୍ତ୍ରୀଙ୍କ ପୁଅ ଯୌନ ନିର୍ଯାତନା ଦେଇଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କର ଗର୍ଭପାତ କରାଯାଇଥିଲା । ପୀଡିତା ଉତ୍ତର ଦିଲ୍ଲୀର ସଦର ପୁଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ପୀଡିତା ଅଭିଯୋଗରେ କହିଛନ୍ତି ଯେ ରୋହିତ ଯୋଶୀ ଫେସବୁକରେ ତାଙ୍କର ବନ୍ଧୁ ଥିଲେ। ଏହା ପରେ, ରୋହିତ ତାଙ୍କୁ ୮ ଜାନୁଆରୀ ୨୦୨୧ରେ ସାୱାଇ ମାଧୋପୁରରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ନେଇଥିଲେ | ଯେଉଁଠାରେ ରୋହିତ ମଦ୍ୟପାନ କରିବା ପରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ପରେ ଉତ୍ତର ଦିଲ୍ଲୀ ପୁଲିସ ଏକ ଏଫଆଇଆର ପଞ୍ଜିକରଣ କରି ଏହାକୁ ସାୱାଇ ମାଧୋପୁର ଏସପିଙ୍କ ନିକଟକୁ ପଠାଇ ଦେଇଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଏହା ପରେ ୨୦ ଏପ୍ରିଲ ୨୦୨୧ରେ ରୋହିତ ଯୋଶୀ ତାଙ୍କ ବନ୍ଧୁଙ୍କ ଫାର୍ମ ହାଉସକୁ ନେଇଯାଇଥିଲେ। ଯେଉଁଠାରେ ସେ ତାଙ୍କୁ ବିବାହ କରିବା ବିଷୟରେ କହିଥିଲେ।
ପୀଡିତାଙ୍କ କହିବାନୁସାରେ, ୨୬ ଜୁନ୍ ୨୦୨୧ରେ, ଅଭିଯୁକ୍ତ ତାଙ୍କୁ ମନାଲିକୁ ନେଇଥିଲେ | ପୀଡିତା ୧୧ ଅଗଷ୍ଟ ୨୦୨୧ରେ ଗର୍ଭବତୀ ହୋଇଥିଲେ। ଯେତେବେଳେ ସେ ରୋହିତଙ୍କୁ ଏ ବିଷୟରେ ଜଣାଇଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୩ ରୁ ୪ ତାରିଖ ପର୍ଯ୍ୟନ୍ତ ରୋହିତ ତାଙ୍କୁ ଦିଲ୍ଲୀର ହୋଟେଲ ସମ୍ରାଟରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ କହିବା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ ୧୭ରେ ତାଙ୍କୁ ପୁଣି ଦୁଷ୍କର୍ମ କରାଯାଇଥିଲା।

nis-ad
Leave A Reply

Your email address will not be published.