ବର୍ଷର ପ୍ରଥମ ୬ ମାସରେ ସେନା ହାତରେ ମରିଛନ୍ତି ୧୦୦ ଆତଙ୍କବାଦୀ

ଜମ୍ମୁ:ସବୁ ବେଳେ ସୁରକ୍ଷା କର୍ମୀ-ଆତଙ୍କବାଦୀ ଗୁଳି ବିନିକୟକୁ ନେଇ ଚର୍ଚ୍ଚାରେ ରହିଥାଏ ଜମ୍ମୁ କଶ୍ମୀର। ତେବେ ଚଳିତ ବର୍ଷ ଏହି ଛକାପଞ୍ଝା ମଧ୍ୟରେ ଆତଙ୍କବାଦୀ ଗୁଡ଼ିକୁ ମହଙ୍ଗା ପଡ଼ିଛି । ଦେଶର ସୁରକ୍ଷା ପାଇଁ ସବୁ ବେଳେ ଜାଗ୍ରତ ଥିବା ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି। ଏଭଳି ମୁହାଁମୁହିଁ ପରିସ୍ଥିତରେ ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଆତଙ୍କବାଦୀ ମଧ୍ୟରୁ ୩୦ ଜଣ ପାକିସ୍ତାନର ଅଛନ୍ତି। ରବିବାର ତଥା ଆଜି ମଧ୍ୟ ସୁରକ୍ଷା କର୍ମୀମାନେ ପୁଲୱାମା ଜିଲ୍ଲାରେ ୩ ଜଣ ଲସ୍କର ଆତଙ୍କବାଦୀକୁ ନିପାତ କରିଛନ୍ତି। ଏହି ଆତଙ୍କବାଦୀଙ୍କୁ ମିଶାଇ ଚଳିତ ବର୍ଷ ଅଦ୍ୟାବଧି ୧୦୦ ଜଣ ଆତଙ୍କବାଦୀକୁ ନିପାତ କଲାଣି ସେନା। ଭ୍ୟାଲିରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ଭାରତୀୟ ସେନା ଆକ୍ସନ ମୁଡ୍‌ରେ ଅଛି। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀକୁ ମୁହଁ ତୋଡ଼ ଜବାବ ଦିଆଯାଇଥିଲେ ମଧ୍ୟ ଅନୁପ୍ରବେଣ ଥମିବାର ନାଁ ଧରୁନି। ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏବେ ବି ବିଭିନ୍ନ ସଙ୍ଗଠନର ୧୫୮ ଜଶ ଆତଙ୍କବାଦୀ କଶ୍ମୀର ଭ୍ୟାଲିର ବିଭିନ୍ନ ସ୍ଥାନରେ ଗୋପନ ଅବସ୍ଥାରେ ଅଛନ୍ତି।
ସେମାନଙ୍କ ମଧ୍ୟରେ ଅଧିକାଂଶ ଆତଙ୍କବାଦୀ ଲସ୍ମର-ଇ-ତୋଇବା ସଙ୍ଗଠନର। ଏହି ସଙ୍ଗଠନର ୮୩ ଜଣ ସଦସ୍ୟ ଏବେ ସକ୍ରିୟ ଅଛନ୍ତି। ସେହିପରି ଜୈଶ ସଙ୍ଗଠନର ୩୦ ଜଣ ଆତଙ୍କବାଦୀ, ହିଜବୁଲ ମୁଜ୍ଜାହିଦିଦ୍‌ର ୩୮ ଜଣ ଆତଙ୍କବାଦୀ ଭ୍ୟାଲିରେ ଚଳପ୍ରଚଳ କରୁଛନ୍ତି। ଗତ କିଛି ଦିନଧରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତୀବ୍ର କରାଯାଇଛି। ଗୋଇନ୍ଦା ସୂତ୍ରରୁ ମଳିଥିବା ସୂଚନା ଅନୁଯାୟୀ, ଡଜନରୁ ଅଧିକ ଆତଙ୍କବାଦୀ କ୍ୟାମ୍ପକୁ ସକ୍ରିୟ ରଖିଛି ପାକିସ୍ତାନ ସେନା। ତେବେ ଆଜି ସକାଳେ ପୁଲୱାମା ଜିଲ୍ଲାର ଡ୍ରାବଗାମ ଅଞ୍ଚଳରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କାବଦୀ ମୁହାଁମୁହିଁ ହୋଇଥିଲେ। ଆତଙ୍କବାଦୀମାନେ ଲୁଚିଥିବା
ଖବର ପାଇବା ପରେ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ତିନି ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ।

nis-ad
Leave A Reply

Your email address will not be published.