ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରକୁ ଟକ୍କର ଦେବାକୁ ୨୨ଜଣ ନେତାଙ୍କୁ ଚିଠି ଲେଖିଲେ ମମତା

ନୂଆଦିଲ୍ଲୀ: ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀଙ୍କୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି। କେନ୍ଦ୍ରରେ ଶାସକ ବିଜେପି ଏଯାଏଁ ପ୍ରାର୍ଥୀ ଚୟନ କରି ନଥିବା ବେଳେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କେନ୍ଦ୍ରର ବିଜେପି ସରକାରକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିକୁ ଘେରିବାକୁ ହେଲେ ବିରୋଧୀଙ୍କୁ ଏକାଠି କରିବା ଯୋଜନାରେ ବାହାରି ପଡ଼ିଛନ୍ତି ମମତା। ଏଥିପାଇଁ ସେ ଅଣବିଜେପି ନେତାମାନଙ୍କୁ ଚିଠି ଚିଲେଖି ସମର୍ଥନ ଲୋଡ଼ିଛନ୍ତି। ବିରୋଧୀ ଦଳର ୨୨ ଜଣ ନେତାଙ୍କୁ ମମତା ବାନାର୍ଜୀ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତା ଜୁନ ୧୫ ତାରିଖରେ ବୈଠକ ପାଇଁ ସହମତି ଲୋଡିଛନ୍ତି ମମତା।
ଏଥିରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚିଲି ଲେଖିଛନ୍ତି। ଏଥିସହ ସେ ସିପିଆଇ-ସିପିଏମ ନେତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହିସବୁ ନେତାଙ୍କୁ ସେ ଦିଲ୍ଲୀ କନଷ୍ଟିଚ୍ୟୁସନ୍‌ କ୍ଲବରେ ଏକାଠି ହେବାକୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସୋନିଆ ଗାନ୍ଧି ମଧ୍ୟ ମମତା ବାନାର୍ଜୀ,ଏମକେ ଷ୍ଟାଲିନ, ଉଦ୍ଧ ଠାକରେ, ଏନସିପି ନେତା ଶରଦପାୱାର ଏବଂ ସିପିଆଏମ ନେତା ସୀତାରାମ ୟେଚୁରୀଙ୍କ ସହ ଆଲୋଚନା କରିଥିଲେ।
ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ପାଇଁ ଏକାଠି ହେବାକୁ ସେ ନିମନ୍ତ୍ରଣ କରିଥିଲେ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ୪୮୯୦ ଜଣ ବିଧାୟକ ଓ ଏମପି ଭୋଟ ଦାନ କରିବେ। ଆସନ୍ତା ଜୁଲାଇ ୨୪ରେ ବର୍ତ୍ତମାନ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଜିତିବାର ସମ୍ଭାବନା ଥିବା କୁହାଯାଉଛି। ହେଲେ ଏଯାଏଁ ରାଷ୍ଟ୍ରପତି ପାଇଁ କେହି ପ୍ରାର୍ଥୀ ଘୋଷଣା କରିନାହାନ୍ତି।

nis-ad
Leave A Reply

Your email address will not be published.