ଦେଶରେ କରୋନା ସଂକ୍ରମଣ ୮ ହଜର ପାର୍ କଲା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦିନ ଧରି ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ୮ ହଜାର ପାର କରିଛି। ଗୋଟିଏ ଦିନରେ ୮,୩୨୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ମନରେ ଛନକା ପଶିଛି। ଦୀର୍ଘ ୩ ମାସ ପରେ ଦେଶରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ ଅନୁଯାୟୀ, ୨୪ ଘଣ୍ଟାରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୪,୭୫୭କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୪,୨୧୬ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୨୬,୪୮,୩୦୮ରେ ପହଞ୍ଚି ଯାଇଛି।
୨୪ ଘଣ୍ଟାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୧୦୩ ବଢ଼ିଛି। ଏବେ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ରହି ୪୦,୩୭୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦେଶରେ ସକ୍ରିୟ ରୋଗୀଙ୍କ ହାର ୦.୦୯% ରହିଥିବା ବେଳେ ଆରୋଗ୍ୟ ହାର ୯୮.୬୯% ରହିଛି। ଦୈନିକ ପଜିଟିଭିଟି ରେଟ ୨.୪୧%କୁ ବୃଦ୍ଧି ପାଇଛି। ସେହିପରି ସାପ୍ତାହିକ ଟିପିଆର ୧.୭୫% ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ ୩,୪୪,୯୯୪ ନୁମନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି। ୨୪ ଘଣ୍ଟାରେ ରାଜ୍ୟରୁ ୩୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେବଳ ମୁମ୍ବାଇରୁ ୧୯୫୬ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ତେବେ ଏଠାରେ କରୋନା ଯୋଗୁ କେହି ବି ପ୍ରାଣ ହରାଇ ନାହାନ୍ତି। ପୂର୍ବତନ ଦିନ ତୁଳନାରେ ମୁମ୍ବାଇରେ କରୋନାର ଦୈନିକ ସଂକ୍ରମଣ ୧୫% ବଢ଼ିଛି। ଦିନକ ପୂର୍ବରୁ ୧୭୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ମୁମ୍ବାଇର ଟିପିଆର ୧୨.୭୪% ରହିଛି। ଏଥିପାଇଁ ପ୍ରଶାସନ ବିଭିନ୍ନ ପ୍ରକାରର କଟକଣା ଲଗାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି |

nis-ad
Leave A Reply

Your email address will not be published.