ଗ୍ରୀଷ୍ମ ଅବକାଶ ପୂର୍ବରୁ ଆଠ ଶିକ୍ଷକ ଗାୟବ ଘଟଣା : କାର୍ଯାନୁଷ୍ଠାନ କୁ ନେଇ ସନ୍ଦେହ, ନାଲି ଫିତା ତଳେ ଦବି ଜୀବନୀତ..??

କାହା ଛତ୍ର ଛାୟା ତଳେ ଏହି ଶିକ୍ଷକ…!!

ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଚନାକ ତଣ୍ଡକି ଗ୍ରାମପଞ୍ଚଯାତର ବିଭିନ୍ନ ସ୍କୁଲ ପରିଦର୍ଶନ ସମୟରେ ପାଞ୍ଚଟି ସ୍କୁଲର ଆଠଜଣ ଶିକ୍ଷକଙ୍କ ଅନୁପସ୍ଥିତ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଗଣମାଧ୍ୟମ ଦ୍ୱାରା ଏହି ଖବର ପ୍ରକାଶ ପାଇବା ପରେ ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା l ପୁଣି ଏହାକୁ ନେଇ ଜିଲ୍ଲା ଶିକ୍ଷାଅଧିକାରୀ ବ୍ଲକ ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ l ଖୋଳତାଡ଼ରୁ ଜଣା ପଡିଥିଲା ଯେ ଦମଗୁଡା pups ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଉମାକାନ୍ତ ଡଙ୍ଗରି ଅସୁସ୍ଥତା ଯୋଗୁଁ ତିନିଦିନ ଛୁଟି ନେଥିବା ବେଳେ ଶେଷ କାର୍ଯ୍ୟ ଦିବସ ଦିନ ତାଙ୍କ ଛୁଟିର ସମାପ୍ତି ଘଟିଥିଲା କିନ୍ତୁ ନିୟମ ଅନୁଯାୟୀ ସେ ଶେଷ କାର୍ଯ୍ୟ ଦିବସ ଦିନ ସେ ସ୍କୁଲରେ ଉପସ୍ଥିତ ରହିବା କଥା, ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିରୀକ୍ଷଣ ସମୟରେ ସେ ଅନୁପସ୍ଥିତ ଥିଲେ ଯାହାକି ସରକାରୀ ରିପୋର୍ଟ ରୁ ଜଣା ପଡିଛି ଳ ଏଠାରେ ସୂଚନା ଥାଉକି ଶ୍ରୀ ଡଙ୍ଗରି ପ୍ରକୃତରେ ଅସୁସ୍ଥ ଥିବା ବାହାନା ଦେଖାଇ ନିଜର ବେସରକାରୀ ସଂସ୍ଥାର କାର୍ଯ୍ୟରେ ସୁଦୂର ଦୁବାଇରେ ଛୁଟିର ମଜା ନେଉଥିଲେ ଯାହାର ସ୍ପଷ୍ଟ ଚିତ୍ର ଲୋକଲୋଚନ କୁ ଆସି ସାରିଛି l ଶ୍ରୀ ଡଙ୍ଗରି ସ୍କୁଲରେ ପାଠ ପଢା କମ ରେ ଅବହେଳା କରି ବେସରକାରୀ କମ୍ପାନୀରେ ମାର୍କେଟିଙ୍ଗରେ ମାତିଥିବା ନିକଟତମ ସୂତ୍ରରୁ ଜଣାପଡିଛି l ଶ୍ରୀ ଡଙ୍ଗରି ସ୍କୁଲରେ ପିଲାଙ୍କୁ ପାଠପଢାଉ ଥିବାସମୟରେ ବାରମ୍ବାର ମୋବାଇଲରେ କଥା ହେଉଥିବା କିଛି ପୂର୍ବତନ ଛାତ୍ର ଅଭିଯୋଗ କରିଛନ୍ତି l ଏହା ସହିତ କିଛି ଆର୍ଥିକ ସ୍ୱଛଳ ଛାତ୍ରଙ୍କ ପରିବାରଙ୍କୁ ଭେଟି ଏହି କମ୍ପାନୀରେ ମାତ୍ର ତିରିଶ ହଜାର ଟଙ୍କା ବିନିଯୋଗ କଲେ ବର୍ଷ ଶେଷ ସୁଦ୍ଧା ଗୋଟିଏ କାର ମିଳିବ ବୋଲି ପ୍ରଲୋଭନ ଦେଖାଇ ବୁଝାଇଥିବା ଶୁଣିବାକୁ ମିଳିଛି ଯଦି ବା ସେ ବିଦେଶ ଯିବାକୁ ପଡିଲା ତେବେ ଏହି ବାବଦ ରେ ଡିଇଓ ଏବଂ ବିଇଓଙ୍କ ଅନୁମତି ନିହାତି ଆବଶ୍ୟକ ଥିବା ବେଳେ ସେ କିଭଳି ଭାବେ କାହାକୁ ନ ଜଣାଇ ଏବଂ କାହା ଅନୁମତିରେ ବିଦେଶ ଯାତ୍ରା କରିଥିଲେ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ? ଡିଇଓ ଏବଂ ବିଇଓଙ୍କୁ ଆମେ ଯୋଗାଯୋଗ କରିବାରୁ ସେହି ଭଳି ସୂଚନା କିମ୍ବା କୌଣସି ବିଦେଶ ଯାତ୍ରା ପାଇଁ ଆମକୁ ଶ୍ରୀ ଡଙ୍ଗରୀଙ୍କ ଦରଖାସ୍ତ ମିଳିନଥିବା କହିଥିଲେ l ସେହିଭଳି ବୁଡଦି ସ୍କୁଲର ସସ୍ମିତା ତ୍ରିପାଠୀ ଗ୍ରୀଷ୍ମ ଅବକାଶର ପାଞ୍ଚଦିନ ଆଗରୁ ନିଜ ଗାଁକୁ ଚାଲିଯାଇଥିବା ସୂଚନା ମିଳିଥିଲା ବର୍ତମାନ ସୁଦ୍ଧା ଏହି ଦୁଇ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆ ଯାଇ ନାହିଁ ସରକାରୀ ନିୟମ କୁ ଖୋଲାମ ଖୋଲା ଉଲଘ୍ନ କରିବା ପଛରେ କିଏ ଅଛି ତାହାବି ତଦନ୍ତ ପରିସର ଭୁକ୍ତ ହେବା ଆବଶ୍ୟକ l ଏଠାରେ ସୂଚନା ଥାଉକି ମାଲକାନଗିରି ଜିଲ୍ଲାର ଶିକ୍ଷା ବ୍ୟବସ୍ତା ଭୁସିଡି ବାକୁ ବସିଲାଣି ତଳ ଦିନେ ଶିକ୍ଷକ ମାନଙ୍କ ଅବହେଳା ତଥା ସ୍କୁଲ ରେ ଉପସ୍ଥିତ ନଥିବା କାରଣ ରୁ ଗୋଟିଏ ଛାତ୍ର ର ଜୀବନ ଚାଲି ଯିବାକୁ ନେଇ କେବଳ ଜିଲ୍ଲାରେ ନୁହଁ ସମଗ୍ର ଓଡିଶା ରେ ଏହି ଘଟଣା କୁ ନେଇ ନିନ୍ଦା କରାଯାଇଥିଲା l ଏହି ଜିଲ୍ଲାରେ ଅନେକ ଶିକ୍ଷକ ପାଠ ପଢ଼ା କମ ନିଜସ୍ୱ ବ୍ୟବସାୟ ରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି ଅଭିଯୋଗ ବି ହେଉ ଥିବା ବେଳେ ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ ବସିଛି l ଯଦି ଏହି ପରିପେକ୍ଷୀ ରେ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଦୃଢ ପଦକ୍ଷେପ ନ ନିୟନ୍ତୀ ତେବେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ତା ସମ୍ପୂର୍ଣ ଭୁସିଡ଼ି ଯିବ ବୋଲି ଜିଲ୍ଲାର ବୁଦ୍ଧି ଜୀବି ଓ ସାଧାରଣ ଅଭିଯୋଗ କରିଛନ୍ତି ଏବଂ ଏହି ଶିକ୍ଷକ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ କଣ ପଦେକ୍ଷପ ନିଉଛି ସେହି ସମୟ କୁ ଅପେକ୍ଷାରେ

nis-ad
Leave A Reply

Your email address will not be published.