ଵଜ୍ରାଘାତରେ ମହିଳା ଗୁରୁତର…

ହିଞ୍ଜିଳିକାଟୁ, ୧୧/୬: ଶନିବାର ପୁର୍ବାହ୍ନ ରେ କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବର୍ଷା, ପବନ ସାଙ୍ଗକୁ ଆକାଶରେ ବିଜୁଳି ଚମକିଥିଲା । ଉକ୍ତ ସମୟରେ ବଜ୍ରାଘାତ ଘଟିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ହିଞ୍ଜିଳି ଥାନା ହିଞ୍ଜିଳିକାଟୁ ବ୍ଲକ୍ ଧୋଵାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ର କାଳିଆ ରାଉତ ୪୦ ।
ପ୍ରକାଶ ଥାଉକି ଶନିବାର ମୌସୁମୀ ଆଗମନ ଦେଖି ପାଟପୁର ଗ୍ରାମ ର କାଳିଆ ରାଉତ ସକାଳ ୮ ଘଣ୍ଟ ସମୟରେ ପାଟପୁର ପାଟମାଳ ଵିଲରେରେ କାମ କରିବାକୁ ଯାଇଥିଲେ । । ଏହି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସାଙ୍ଗକୁ ଆକାଶରେ ବିଜୁଳି ଚମକିବା ସହ ବଜ୍ରାଘାତ ଘଟିଥିଲା । ବଜ୍ରାଘାତରେ ମହିଳା ଜଣକ ଚେତାଶୂନ୍ୟ ହୋଇ ବିଲରେ ଟଳି ପଡ଼ିଥିଲେ । ନିକଟସ୍ଥ ଅଞ୍ଚଳରେ ଉପସ୍ଥିତ କାମକରୁଥୁବା ଲୋକେ କାଳିଆଙ୍କୂ ପ୍ରଥମେ ବେଲଗାଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତିକରିଥିଲେ । ସ୍ବାସ୍ଥ୍ୟ ଅଵସ୍ଥା ସୁଧାର ନ ଆସିବା ପରେ ଗୁରୁତର ଅବସ୍ଥା ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁସ୍ଥାନାନ୍ତରିତ କରାଯାଇଥିଲା ।

nis-ad
Leave A Reply

Your email address will not be published.